ଓଡ଼ିଶା 365 (ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ଆଜି ପଞ୍ଚମ ଦିନରେ ପ୍ରଥମେ ସ୍ୱାଭାବିକ ରହିଥିଲା ପ୍ରଶ୍ନକାଳ। କ୍ରୀଡ଼ା ବିଭାଗର ବିଭିନ୍ନ ପ୍ରଶ୍ନ ଉପରେ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ଏହା ସହ ଆଜି ଗୃହରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଜଳସମ୍ପଦ, ଯୋଜନା ଓ ସଂଯୋଜନା, ବାଣିଜ୍ୟ, ପରିବହନ ବିଭାଗକୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବାଲ ବେଳେ ଗୃହରେ ହଭେଗାମା କରିଥିଲେ ବିରୋଧି। ଏହାପରକେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।
ଖବର ଅନୁଯାୟୀ, ବିଧାନସଭା ମୌସୁମୀ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ନେଇ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଥିଲେ । ଏପିରିକି ଗୃହର ମଧ୍ୟଭାଗକୁ ଆସି ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଶେଷରେ ବାଚସ୍ପତି ପ୍ରମିଳ ମଲ୍ଲିକ ବାଧ୍ୟ ହୋଇ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି।