ଓଡ଼ିଶା365(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଥର ନବ ଦାସ ଓ ୫-ଟି ପ୍ରସଙ୍ଗରେ ଗୃହରେ ନିଜଆଡ଼ୁ ବିବୃତି ରଖିଲେ। ମାତ୍ର ଯେଉଁ କଲେଜର ଛାତ୍ରଛାତ୍ରୀମାନଙ୍କୁ ବୁହା ହୋଇ ଅଣାଗଲା ସେଇଟା କିପରି ଜନଶୁଣାଣି। ହେଲିକପ୍ଟର ଗସ୍ତର ହିସାବ ଆମେ ମାଗି ନଥିଲୁ ମାତ୍ର ସେଇଟା ଦେଲେ ଆଉ କହିଲେ ୪୦ କୋଟି ଖର୍ଚ୍ଚ ହୋଇଛି ବୋଲି। କିନ୍ତୁ ଟେଣ୍ଟ ଟାଣିବା ଓ ଚେୟାର ପକାଇବାରେ ହୋଇଥିବା ଖର୍ଚ୍ଚ କେତେ, ସେ କଥା କହିଲେ ନାହିଁ ? ସିକ୍ୟୁରିଟି ବାବଦ ଖର୍ଚ୍ଚ କେତେ ତାହାର ହିସାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ସେ ଆହୁରି କହିଛନ୍ତି, ପାଲଲହଡା ବିଧାୟକଙ୍କ ବାହାଘର ଓ ତାଳଚେର ବିଧାୟକଙ୍କ ବାପାଙ୍କ ଶୁଦ୍ଧିକ୍ରିୟାରେ ୫-ଟି ସଚିବ ଯିବା ସମୟରେ ହେଲିକପ୍ଟର ବ୍ୟବହାର କଣ ପାଇଁ ହୋଇଥିଲା? କଟକ ଓ ଖୋର୍ଦ୍ଧା କେତେ ଦୂର? ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁରେ ବୁକ ଥିବା ହେଲିକପ୍ଟରକୁ କଟକ ଯିବା ପାଇଁ ୫-ଟି ସଚିବ ବ୍ୟବହାର କଲେ କେମିତି ? ଜଣେ ବ୍ୟକ୍ତି କଣ ସିଏମଓ ? ସିଏମଓ କହିଲେ କଣ କେବଳ ଜଣେ ବ୍ୟକ୍ତି କି ? ଅଭିଯୋଗ ଶୁଣାଣି ପାଇଁ ଏତେ ବ୍ୟବସ୍ଥା ଥିବା ସତ୍ତ୍ୱେ ଜଣେ କାହିଁକି ଅଭିଯୋଗ ଶୁଣିବ । ଏଥିରୁ ଜଣାପଡୁଛି ସରକାରକୁ ଏଠି ଲିଜରେ ଦିଆଯାଇଛି।