ଓଡ଼ିଶା 365 (ବ୍ୟୁରୋ): ମାନସିକ ଚାପରେ ଚାପଗ୍ରସ୍ତ ହୋଇ ଝିଅକୁ ଧରି ବୈତରଣୀକୁ ଡେଇଁଲା ବାପା। ଅଢେଇ ବର୍ଷର ଝିଅକୁ ସାଙ୍ଗରେ ଧରି ବୈତରଣୀନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି । ପୋଲ ଉପରେ ସ୍କୁଟି ଓ ଚପଲ ଥିବାରୁ ସନ୍ଦେହ କରାଯାଉଛି । ଏଭଳି ଦୁଃଖଦ ଖବର ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ଆଖୁଆପଦାରୁ।
ଖବର ଅନୁଯାୟୀ, ବାଲିପୋଖରୀ ଗାଁର ଚନ୍ଦନ ସାହୁ ନାମକ ଯୁବକ ନିଜର ଅଢେଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁପଡିଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଖୁଆପଦା ବୈତରଣୀ ନଦୀର ପୋଲ ଉପରେ ସ୍କୁଟି ଓ ଚପଲ ରଖି ନଦୀକୁ ଡେଇଁପଡିଛନ୍ତି । ତେବେ କେଉଁ କାରଣ ପାଇଁ ନଦୀକୁ ଡେଇଁଛନ୍ତି । ସେନେଇ ସଠିକ୍ କାରଣ ଜଣାପଡିନାହିଁ । ସେପଟେ ଅଘଟଣ ସଂପର୍କରେ ସୂଚନା ପାଇଁ ଭଣ୍ଡାରିପୋଖରୀ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।