ଓଡ଼ିଶା 365 (ବ୍ୟୁରୋ) : ଏସୀୟ କ୍ରୀଡ଼ାରେ ଯୋଡି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ସଫଳତା ଜାରି ରହିଛି ଭାରତର ଦବଦବା । ହାଙ୍ଗଝୌରେ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ଚୀନକୁ ପରାସ୍ତ କରି ଦଳ ଶେଷ ମୁହୂର୍ତ୍ତରେ ସ୍ୱର୍ଣ୍ଣ ପଦକ ହାତେଇଛି। ଭାରତ ପକ୍ଷରୁ ସରବଜୋତ ସିଂ,ଅର୍ଜୁନ୍ ସିଂ ଚିମା ଓ ସିବା ନରୱଲ ଦଳଗତ ବର୍ଗରେ ଏହି ସଫଳତା ଆଣିଦେଇଛନ୍ତି। ଏହି ସଫଳତା ପାଇଁ ଛୁଟିଛି ଶୁଭେଛାର ସୁଅ। ଏହା ସହିତ ଭାରତର ପଦକ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ସେଥିରେ ମୋଟ ୬ଟି ସ୍ୱର୍ଣ୍ଣ ପଦକ ରହିଛି । ପୂର୍ବରୁ ମହିଳା ୫୦ ମିଟର ବ୍ୟକ୍ତିଗତ ରାଇଫଲ ଇଭେଣ୍ଟରେ ସିପ୍ଟ କୌର ଜିତିଛନ୍ତି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ୨୫ ମିଟର ପିସ୍ତଲ ଇଭେଣ୍ଟର ମହିଳା ବର୍ଗରେ ଭାରତ ଜିତିଥିଲା ସ୍ୱର୍ଣ୍ଣ ପଦକ ।
ମନୁ ଭାକର, ଇଶା ସିଂ ଓ ରିଦମ ସାଙ୍ଗୱାନ ଏହି ସଫଳତା ଆଣିଦେଇଥିଲେ । ଅନ୍ୟପକ୍ଷରେ ୫୦ ମିଟର ରାଇଫଲ ପ୍ରତିଯୋଗିତାରେ ଭାରତ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ମହିଳା ୬୦ କେଜି ଉଷୁ ପ୍ରତିଯୋଗିତାରେ ରୋଶିବିନା ଦେବୀ ଭାରତ ପକ୍ଷରୁ ରୌପ୍ୟ ଜିତିଥିଲେ । ଏସୀୟ କ୍ରୀଡ଼ାରେ ଆୟୋଜକ ଚୀନ ପଦକ ଜିତିବାରେ ପ୍ରଥମ ସ୍ଥାନ ଦ୍ୱିତୀୟରେଦକ୍ଷିଣ କୋରିଆ, ତୃତୀୟ ସ୍ଥାନରେ ରହିଛି ଜାପାନ।