ଓଡ଼ିଶା 365 (ବ୍ୟୁରୋ) :କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ପାଇଁ ଷଡ଼୍ଯନ୍ତ୍ର ରଚନା କରିଥିଲା ଆଇଏସ୍ଆଇ । ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ପାଇଁ ଷଡ଼୍ଯନ୍ତ୍ର ରଚନା କରିଥିଲା । ଭାରତ-କାନାଡ଼ା ସମ୍ପର୍କକୁ ଅଧିକ ତିକ୍ତ କରିବା ପାଇଁ ଏହି ଷଡ଼୍ଯନ୍ତ୍ର ରଚନା କରିଥିଲା ଆଇଏସ୍ଆଇ । ନିଜାରକୁ ମାରିବା ପାଇଁ ଆଇଏସ୍ଆଇ ହତ୍ୟାକାରୀଙ୍କୁ ନିୟୋଜିତ କରିଥିଲା । ଗତ ଦୁଇବର୍ଷ ଭିତରେ ତାକୁ କାନାଡ଼ା ଆସୁଥିବା ଗ୍ୟାଙ୍ଗଷ୍ଟରମାନଙ୍କୁ ପୂରା ସମର୍ଥନ କରିବା ପାଇଁ ଚାପ ପକାଉଥିଲା। ସେପଟେ ନିଜାର ପୂର୍ବତନ ଖଲିସ୍ତାନୀ ନେତାମାନଙ୍କ ପ୍ରତି ଅଧିକ ଆନୁଗତ୍ୟ ଦେଖାଉଥିଲା । ନିଜାର ହତ୍ୟା ପରେ ଆଇଏସ୍ଆଇ ତା’ ସ୍ଥାନରେ ଆଉ ଜଣକୁ ନିୟୋଜିତ କରିବା ପାଇଁ ଉଦ୍ୟମ କରୁଛି ଏବଂ କାନାଡ଼ାରେ ଖଲିସ୍ତାନୀ ଉଗ୍ରବାଦୀମାନଙ୍କୁଏକଜୁଟ କରିବାରେ ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି ।
କାନାଡ଼ାରେ ଜଣେ ନାଗରିକଙ୍କୁ ହତ୍ୟା କରିବାରେ ଭାରତୀୟ ଏଜେଣ୍ଟଙ୍କର ସମ୍ପୃକ୍ତି ରହିଛି ବୋଲି ଜୁନ୍ ୧୮ ତାରିଖରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଥିଲେ । ଏହାକୁ ନେଇ ଦୁଇ ଦେଶ ଭିତରେ କୂଟନୈତିକ ବିବାଦ ତେଜିବାରେ ଲାଗିଛି। ଭାରତ ସରକାର ଟ୍ରୁଡୋଙ୍କ ଅଭିଯୋଗକୁ ମିଥ୍ୟା ଓ ଉଦ୍ଦେଶ୍ୟମୂଳକ କହି ଖାରଜ କରିଦେଇଛନ୍ତି ।