ଓଡ଼ିଶା365(ବ୍ୟୁରୋ): ଅଭିନୟ କରିବାକୁ ସୁଯୋଗ ଦେବାକୁ କହି ଯୁବତୀଙ୍କୁ ବ୍ଲାକମେଲ। ବାଥରୁମରେ ଯୁବତୀଙ୍କ ଗାଧୋଇବାର ଭିଡିଓ ରେକର୍ଡିଂ କରି ବ୍ଲାକମେଲ କରୁଛନ୍ତି ଯୁବକ। ଦେଢ ଲକ୍ଷ ଟଙ୍କା ଠକାମୀର ଶିକାର ହେବା ପରେ ଏବେ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ। ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ରିଙ୍କୁ ନାୟକଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଯୁବତୀ। ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି, ତାଙ୍କୁ ଅଭିୟନ କରିବାକୁ ସୁଯୋଗ ଦେବାକୁ କହି ରିଙ୍କୁ ଡାକିଥିଲେ ଏବଂ କୌଶଳ କ୍ରମେ ତାଙ୍କର ଗାଧୋଉଥିବାର ଭିଡିଓ ରେକଡିଂ କରିନେଇଥିଲେ । ଏବେ ଗାଧୋଇବାର ଭିଡିଓ ଦେଖାଇ ବାରମ୍ବାର ବ୍ଲାକମେଲ କରୁଛନ୍ତି। ଏପରିକି ଲୋକଲଜ୍ୟା ଭୟରେ ସେ ଦେଢ ଲକ୍ଷ ଟଙ୍କା ଦେଇସାରିଥିବା ମଧ୍ୟ କହିଛନ୍ତି । ଫଳରେ ବାଧ୍ୟହୋଇ ଏବେ ଯୁବତୀଜଣଙ୍କ ଭୁବନେଶ୍ୱର ମହିଳା ଥାନାର ଦ୍ୱାରସ୍ତ ହୋଇଛନ୍ତି। ତେବେ ଏପରି ଘଟଣା ଭୁବନେଶ୍ୱରରେ ପ୍ରଥମ ନୁହେଁ, ଅନେକ ଯୁବତୀଙ୍କୁ ଅଭିନୟର ଲାଳସା ଦେଖାଇ କିଛି ଯୁବକ ତାଙ୍କୁ ବ୍ଲାକମେଲ କରୁଛନ୍ତି । ତେଣୁ ପୁଲିସ ଏଭଳି ଯୁବକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ଯୁବତୀମାନେ ସତର୍କ ରହିବା ଆବଶ୍ୟକ।