ଓଡ଼ିଶା 365 (ବ୍ୟୁରୋ) : ଡ୍ରଗ୍ ମାମଲାରେ ଗିରଫ ହେଲେ କଂଗ୍ରେସ ବିଧାୟକ । ଏକ ପୁରୁଣା ଡ୍ରଗ୍ ମାମଲାରେ ପଂଜାବର କଂଗ୍ରେସ ବିଧାୟକଙ୍କୁ ଗିରଫ କରିଛି ପୁଲିସ । ଗିରଫ ବିଧାୟକଙ୍କ ନା ସୁଖପାଲ୍ ସିଂହ ଖୈରା ବୋଲି ପୁଲିସ ସୂଚନା ଦେଇଛି। ଚଣ୍ଡୀଗଡ଼ସ୍ଥିତ ବାସଭବନରେ ଚଢ଼ଉ କରି କଂଗ୍ରେସ ବିଧାୟକଙ୍କୁ ଗିରଫ କରିଛି ପୁଲିସ । ଖୈରା ହେଉଛନ୍ତି ଭୋଲାଥ୍ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ‘ଅଲ୍ ଇଣ୍ଡିଆ କିଷାନ୍ କଂଗ୍ରେସ’ର ଅଧ୍ୟକ୍ଷ। ତାଙ୍କ ନାରେ ‘ନାର୍କୋଟିକ୍ ଡ୍ରଗ୍ ଆଣ୍ଡ୍ ସାଇକୋଟ୍ରପିକ୍ ସବ୍ଷ୍ଟାନ୍ସ୍’ ଆଇନ ଅନୁଯାୟୀ ମାମାଲା ରୁଜୁ ହୋଇଥିଲା । ମାମଲା ୨୦୧୫ ମସିହାର ହୋଇଥିବା ଜଣାପଡ଼ିଛି ।
୨୦୧୫ରେ ଜାଲାଲାବାଦ ପୋଲିସ ଷ୍ଟେଶନରେ ହେରୋଇନ୍ ଏବଂ ଅସ୍ତ୍ରଶସ୍ତ୍ର ରଖିଥିବା ଅଭିଯୋଗରେ ଆଠ ଜଣଙ୍କୁ ଗିରଫ କରିଥିଲା। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କାପୁରଥାଲାର ଜଣେ ଅଭିଯୁକ୍ତଙ୍କୁ ସୁଖପାଲ ଖଇରା ସୁପାରିଶ କରିଥିଲେ। ଏହାପରେ ବିଧାୟକ ସୁଖପାଲ ସିଂ ଖଇରାଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଥିଲା। ଜଲାଲାବାଦ ଥାନାର ପୁଲିସ କର୍ମଚାରୀମାନେ ସେକ୍ଟର୍ ୫ରେ ଥିବା ଖୈରାଙ୍କ ବାସଭବନରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ବିଧାୟକ ସହଯୋଗ କରିନଥିବା ଅଭିଯୋଗ ହୋଇଛି ।