ଓଡ଼ିଶା 365 (ବ୍ୟୁରୋ) : କେବଳ ରୋଷେଇ ଲାଗି ଅଦା ବ୍ୟବହାର ହୋଇ ନ ଥାଏ। ଔଷଧୀୟ ଗୁଣ ଲାଗି ଅଦାର ବହୁଳ ଭାବେ ବ୍ୟବହାର କରାଯାଇଥାଏ । ଏଥିରେ ଥିବା ମିଟାମିନ୍ ‘ସି’ ଓ ‘ବି-୬’ ପୁରୁଣା ଘା’, ପୋଡା ଦାଗ ଓ ଭାଙ୍ଗି ଯାଇଥିବା ହାଡ ଯୋଡିବାରେ ସକ୍ଷମ ହୋଇଥାଏ ବହୁ ଔଷଧୀୟ ଗୁଣର ଅଧିକାରୀ ‘ଅଦା’। କ୍ୟାନସର ପରି ଦୂରାରୋଗ୍ୟ ରୋଗକୁ ନିୟନ୍ତ୍ରଣ କରିବାରେ ଅଦା ସହାୟକ ହୋଇଥାଏ। ଅଦାକୁ ବ୍ୟବହାର କରି ମୁଖ୍ୟତଃ ଓଭାରିଆନ୍ କ୍ୟାନସରକୁ ଭଲ କରି ହେବ। ଏହି ଔଷଧକୁ ବ୍ୟବହାର କରିବା ବେଳେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବ୍ୟବହାର କରାଯାଇଥାଏ । ଅଦାର କିଛି ଖଣ୍ଡକୁ ଗରମ ପାଣିରେ ନିୟମିତ ଗ୍ରହଣ କଲେ ସ୍ଥୁଳତା ବା ମୋଟା ପା ହ୍ରାସ ହୋଇଥାଏ । ଏହି ରୋଗକୁ ଭଲ କରିବାକୁ ଅଦାକୁ ବିଭିନ୍ନ ପ୍ରଣାଳୀରେ ବ୍ୟବହାର କରାଯାଏ ।
ଅଦାରେ ପୋଟାସିୟମ ଓ ମାଗ୍ନେସିୟମ ଥିବାରୁ ଏହା ହାର୍ଟରେଟ୍ ଓ ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥାଏ । ସେହିପରି ଅଦାକୁ ମୁଣ୍ଡବିନ୍ଧା ରୋଗକୁ ହ୍ରାସ କରିବାକୁ ମଧ୍ୟ ବ୍ୟବହାର କରାଯାଇଥାଏ । ମୁଣ୍ଡବିନ୍ଧା ବେଳେ ଗରମ ପାଣିରେ ଅଦାର ରସ ପକାଇ ବ୍ୟବହାର କଲେ ମୁଣ୍ଡବିନ୍ଧାରୁ ଆରକମ ମିଳିଥାଏ । ଅଦା ସେବନ କଲେ ହଜମଶକ୍ତି ଭଲ ରହିଥାଏ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।ଯଦି କାଶ ହେଉଥାଏ ତେବେ ପାଟିରେ ଅଦା ଯାକିଲେ କାଶ ଭଲ ହୋଇଥାଏ । ଯଦି ଅଳସୁଆ ଲାଗୁଛି ତେବେ ଅଦାକୁ ଛେଚି ତା’ ରସକୁ ପ୍ରତ୍ୟେକ ଦିନ ଏକ ଚାମଚ ସେବନ କରିବା ଦ୍ଵାରା ଆଳସ୍ୟପଣ ଦୂର ହୋଇଥାଏ ।ଆରମ୍ଭରୁ ଆମେ ଜାଣଛେ ପାଚନକ୍ରିୟା ଅଦା ବେଶ୍ ସହାୟକ ହୋଇଥାଏ । ତେଣୁ ଅଦା ରସକୁ ଗରମ ପାଣିରେ ସେବନ କଲେ ପେଟର ଚର୍ବି ହ୍ରାସ ଘଟିଥାଏ ।