ଓଡ଼ିଶା 365 (ବ୍ୟୁରୋ): ସୁନ୍ଦର ଏବଂ ଚିକଣ ଚେହେରା କିଏ ବା ନଚାହେଁ । ପୁଅ ଏବଂ ଝିଅ ଏଥିପାଇଁ ଅନେକ ଉପାୟ ଆପଣେଇଥାନ୍ତି । ହେଲେ ଆପଣ ଜାଣନ୍ତି କି ଜଡ଼ା ତେଲ ସୌନ୍ଦର୍ୟ୍ୟରେ ସବୁଠାରୁ ଅଧିକ ବ୍ୟବହୃତ ହୋଇଥାଏ । ଏହା ଶରୀରକୁ ଓଦାଳିଆ ରଖିବା ଏବଂ ପୁଷ୍ଟିକର ଗୁଣ ଯୋଗୁଁ ଏହାକୁ ପ୍ରତିଦିନ ଚର୍ମରେ ବ୍ୟବହାର କଲେ ବି ଚଳିବ। ଶୁଷ୍କ କିମ୍ବା ସୁକ୍ଷ୍ମ ଚର୍ମ ପାଇଁ ଏହା ବହୁତ ଳାଭଦାୟକ । କାରଣ ଏଥିରେ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ରହିଛି, ଯାହା ଚର୍ମକୁ ମଶ୍ଚରାଇଜ୍ ଏବଂ କୋମଳ କରିବାରେ ସହାୟକ ହୋଇଥାଏ ।
ଏହାସହ ମୁଖର କୁଞ୍ଚନ ପାଇଁ ଜଡ଼ା ତେଲ ଏକ ପ୍ରାକୃତିକ ଏବଂ ଶସ୍ତା ଚିକିତ୍ସା ବୋଲି କୁହାଯାଏ । ଜଡାତେଲର ନିୟମିତ ପ୍ରୟୋଗ ଫଳରେ କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏହି ତେଲ, ଯାହା ଚର୍ମକୁ ଅଧିକ ଶକ୍ତିଶାଳୀ ବନାଇବା ସହ ବୟସ କମ୍ ଜଣାପଡ଼େ। ପ୍ରତିଦିନ ରାତିରେ ଶୋଇବା ବେଳେ ଏହି ତେଲକୁ ମୁହଁରେ ଲଗାଇ ଶୋଇଲେ ଆପଣଙ୍କ ମୁହଁ କାଚ ପରି ଚମକି ଉଠିବ ।