ଓଡ଼ିଶା 365 (ବ୍ୟୁରୋ) :
ବାୟଜୁ ସଂସ୍ଥା ପୁଣିଥରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ଏକ ରିପୋର୍ଟ ମୁତାବକ ଖର୍ଚ୍ଚ କାଟ୍ କରିବା ପାଇଁ କମ୍ପାନୀ ୪୦୦୦ କର୍ମଚାରୀ ଛଟେଇ କରିବାକୁ ଯୋଜନା କରିଛି। ଗତ ସପ୍ତାହରେ ବାୟଜୁ ସଂସ୍ଥା ତରଫରୁ ଇଣ୍ଡିଆର ମୁଖ୍ୟ ଭାବେ ଅର୍ଜୁନ ମୋହନଙ୍କୁ ଚୟନ କରିଛି । ତେବେ ଅର୍ଜୁନ ମହୋନ କମ୍ପାନୀର ପରିଚାଳନା ବିଭାଗକୁ ଏହି ଛଟେଇ ବାବଦରେ ଜଣାଇଛନ୍ତି ।ଅର୍ଥ ସଂକଟର ସାମ୍ନା କରୁଥିବା ବାୟଜୁ କମ୍ପାନୀ ପରିଚାଳନାକୁ ସରଳ କରିବାକୁ ଖର୍ଚ୍ଚ କାଟ ପାଇଁ ଯୋଜନା କରିଛି । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ଆଗାମୀ କିଛି ସପ୍ତାହ ମଧ୍ୟରେ କମ୍ପାନୀ ତା’ର ମୋଟ କର୍ମଚାରୀ ସଂଖ୍ୟାରୁ ୧୧ ପ୍ରତିଶତ ଛଟେଇ କରିପାରେ ବୋଲି କୁହାଯାଉଛି । ଏହି ଛଟେଇ କର୍ମଚାରୀଙ୍କ ସଂଖ୍ୟା ପାଖାପାଖି ୪ ହଜାର ହୋଇପାରେ । ବେଙ୍ଗାଲୁରୁ ସ୍ଥିତ ବାୟଜୁ କମ୍ପାନୀ ମୋଟ କର୍ମଚାରୀଙ୍କ ସଂଖ୍ୟା ୩୫ ହଜାର । ସେମାନଙ୍କ ମଧ୍ୟରୁ ଏହା ପୂର୍ବରୁ ୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ।