ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତି ସବୁଜ ପରିବା ଶରୀର ପାଇଁ ଅନେକ ଉପକାରୀ । ହେଲେ ଅନେକ ପରିବା ରହିଛି ଯାହା ଖାଇବାକୁ ନାପସନ୍ଦକରିଥାନ୍ତି କିଛି ଲୋକେ । ସେଥିମଧ୍ୟରୁ ଲାଉ ଅନ୍ୟ ଏକ ପରିବା । ତେବେ ଆପଣ ଜାଣନ୍ତିକି ଲାଉକୁ ଖାଇବା ଦ୍ୱାରା ଶରୀରକୁ କେଉଁ ପ୍ରକାରର ଫାଇଦା ମିଳିଥାଏ । ଖାଦ୍ୟ ରୂପେ ବ୍ୟବହାର କରିବାକୁ ଅନେକ ଲୋକ ପସନ୍ଦ କରି ନଥାନ୍ତି ଏହି ପରିବାକୁ । ତେବେ ଲାଉକୁ ରୋଷେଇ କରି ଖାଇବାଦ୍ୱାରାକିମ୍ବା ଏହାର ଜୁସ୍ ପିଇବାଦ୍ୱାରା କିଛି ଉପକାର ମିଳିଥାଏ । ଏହି ପରିବାଟିରେ ପ୍ରାୟ ୯୦ ପ୍ରତିଶତ ଜଳ ରହିଛି । ଅତ୍ୟଧିକ ଜଳ ଥିବା କାରଣରୁ ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ସେଥିପାଇଁ ଗ୍ରୀଷ୍ମଦିନରେ ଝାଳ ବାହାରି ଶରୀରରେ ଜଳଶୁଷ୍କତା ଦେଖା ଯାଇଥାଏ । ତେବେ ଲାଉ ଖାଉଥିବା ଏବଂ ଏହାର ଜୁସ ପିଉଥିବା ବ୍ୟକ୍ତିଠାରେ ଜଳ ଶୁଷ୍କତା ଦେଖାଯାଇ ନଥାଏ ।
ନିଦ୍ରାହୀନତା ଭୋଗୁଥିବା ରୋଗୀ ପାଇଁ ଲାଉ ଉପକାରୀ । ଏଥିପାଇଁ ରସରେ ସାମାନ୍ୟ ରାଶି ତେଲ ମିଶାଇ ପିଇବାକୁ ପଡିଥାଏ । ଆଜିକାଲି ହୃଦ୍ ରୋଗରେ ପୀଡିତଙ୍କ ସଂଖ୍ୟା ବଢୁଥିବାର ଦେଖିବାକୁ ମିଳୁଛି । ଅନୁଚିତ ଆହାର ଓ ଜୀବନଶୈଳୀରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ । ତେଣ ହୃଦୟକୁ ସୁସ୍ଥ ରଖିବା ପାଇଁ ଗୋଟେ କପ୍ ଲାଉ ଜୁସରେ ଟିକେ ଗୋଲମରିଚ ଏବଂ ସାମାନ୍ୟ ପୁଦିନା ରସକୁ ପକାଇ ନିୟମିତ ପିଇବା ଦରକାର । ପ୍ରଦୂଷିତ ବାତାବରଣ ଓ ଅପମିଶ୍ରଣ ଖାଦ୍ୟ ଖାଇବାଦ୍ୱାରା କେଶ ଝଡିବା ଓ କେଶ ପାଚିବା ପରି ରୋଗ ଦେଖା ଯାଇଥାଏ । ପ୍ରତିଦିନ ସକାଳୁ ଏକ ଗ୍ଲାସ୍ ଲାଉ ରସ ପିଇବାଦ୍ୱାରା କେଶ ପାଚିବା ସମସ୍ୟା ଏଡାଯାଇ ପାରିବ । ମୁଣ୍ଡରେ ରୁପି ହେଉଥିଲେ ଏହାକୁ ଅଳାଁ ରସ ସହ ମିଶାଇ ପିଇଲେ ଏହା ଦୂର ହୋଇଥାଏ । ଦୁଶ୍ଚିନ୍ତା ତଥା ମାନସିକ ଚାପରୁ ରକ୍ଷା ପାଇବାକୁ ହେଲେ ଏହାକୁ ଖାଆନ୍ତୁ ।
ଲାଉରେ ଥିବା ପିତ୍ତଶାମକ ଗୁଣ ଶରୀରକୁ କେବଳ ଥଣ୍ଡା ରଖେ ନାହିଁ ଏହା ମସ୍ତିସ୍କକୁ ମଧ୍ୟ ଶାନ୍ତ ରଖିଥାଏ । ଲାଉକୁ ଜୁସ କରି ପିଇବାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । କୋଲେଷ୍ଟରଲ ହ୍ରାସ ପାଇଁ ସକାଳୁ ସକାଳୁ ୨୦୦ଗ୍ରାମ୍ ଲାଉ ଜୁସ୍ ପିଅନ୍ତୁ । ନିୟମିତ ୨ ମାସ କରିବାପରେ କୋଲେଷ୍ଟରଲ ହ୍ରାସ ପାଇ ଥାଏ । ପ୍ରତିଦିନ ଖାଲି ପେଟରେ ଲାଉ ଜୁସ ପିଇବାଦ୍ୱାରା କୋଷ୍ଠକାଠିନ୍ୟ ଦୂର କରେ । ଖାଲି ସେତିକି ନୁହେଁ ପରିଶ୍ରାରେ ଅମ୍ଳର ମାତ୍ରା ବଢି ପରିଶ୍ରା ଜଳାପୋଡା କରିଥାଏ । ସକାଳୁ ଲାଉ ରସ ପିଇଲେ ପରିଶ୍ରାରୁ ଅମ୍ଳର ମାତ୍ରା ହ୍ରାସ ପାଇଥାଏ ।