ଓଡ଼ିଶା 365 (ବ୍ୟୁରୋ): ଅଣ୍ଡା ଖାଇବାକୁ ଛୋଟ ଠାରୁ ବୟସ୍କ ସମସ୍ତେ ଭଲପାଆନ୍ତି । କାରଣ ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ରହିଛି । ଏହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥାଏ । ଅଣ୍ଡାରେ ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରାଯାଇଥାଏ । ଢ଼ାବା କିମ୍ବା ବଡ଼ ବଡ଼ ରେଷ୍ଟ୍ରୁରାଣ୍ଟରେ ଅଣ୍ଡାର ଚାହିଦା ଢ଼େର ରହିଛି । ଆପଣ ବି ଅନେକ ପ୍ରକାରର ରେସିପି ଖାଇଥିବେ , ହେଲେ ଆପଣ ଜାଣନ୍ତି କି, ସିଝା ଅଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ । ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଜରୁରୀ ହୋଇଥାଏ ଏହା ତ ସମସ୍ତଙ୍କୁ ଜଣା । ହେଲେ ଯେପରି କ୍ଷୀର ସହ ମାଛ ଖାଇବା ଅନୁଚିତ୍ ହୋଇଥାଏ ସେହିପରି ଅଣ୍ଡା ସହ ମଧ୍ୟ କିଛି ଜିନିଷ ଖାଇବା ଅନୁଚିତ । ଏଭଳି ଖାଇବା ଦ୍ବାରା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଯେମିତି ଅଣ୍ଡା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ସେମିତି ଅଣ୍ଡା ସହ ଏସବୁ ଜିନିଷ ମିଶାଇ ଖାଇଲେ ତାହା ଶରୀର ପାଇଁ କ୍ଷତିକାରର ମଧ୍ୟ ହୋଇପାରେ ।
ଅଣ୍ଡା ଖାଇବା ସହ କିମ୍ବା ଅଣ୍ଡା ଖାଇବାର କିଛି ସମୟ ପରେ ମାଂସ ଏବଂ ମାଛ କେବେହେଲେ ଖାଆନ୍ତୁ ନାହିଁ । ଏଭଳି ଖାଇବା ଦ୍ବାରା ଆପଣଙ୍କ ଶରୀର ଏବଂ ତ୍ବଚା ଖରାପ ହୋଇପାରେ । ଏହାଦ୍ବାରା ଆପଣଙ୍କ ଦେହର ବିଭିନ୍ନ ସ୍ତାନରେ ଲାଲ୍ ଲାଲ୍ ହୋଇ ଫଳିଯାଇପାରେ ଏବଂ ଆପଣ ଯନ୍ତ୍ରଣା ଅନୁଭବ କରିବେ । ସେହିପରି ସିଝା ଅଣ୍ଡା ଖାଇବା ସହ ଲେମ୍ବୁ ଖାଆନ୍ତୁ ନାହିଁ । ଯଦି ଆପଣ ଏଭଳି ଅଭ୍ୟାସ ରଖିଥାନ୍ତି ତେବେ ତାହାକୁ ଖୁବ୍ ଶୀଘ୍ର ବଦଳାଇ ଦିଅନ୍ତୁ । କାହିଁକି ନା ଆପଣଙ୍କର ଏଭଳି ଅଭ୍ୟାସ ଆପଣଙ୍କୁ ମୃତ୍ୟୁ ମୁଖକୁ ଟାଣିନେଇପାରେ। ଏମିତି କରିବା ଦ୍ବାରା ଆପଣଙ୍କୁ ହୃଦଘାତ ହେବାର ସମ୍ଭାବନା ଥାଏ । ତେଣୁ ସିଝା ଅଣ୍ଡା ଖାଉଥିବା ସମୟରେ ଏସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।