ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତିକି ଶରୀର ପାଇଁ ଗ୍ରୀନ ମଟର ଅତ୍ୟନ୍ତ ଲାଭଦାୟକ। ଏଥିରେ ଭିଟାମିନ, କ୍ୟାଲସିୟମ, ଆଇରନ, ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ବ୍ୟକ୍ଟେରିଆଲ ଗୁଣ ରହିଛି। ଏହାକୁ ଖାଇବା ଦ୍ଵାରା ମଧୁମେୟ ନିୟନ୍ତ୍ରଣରେ ରହିବା ସହ ଏହା ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରେ । ମଟରକୁ ପିସ କରି ସେଥିରେ ପରଠା କରି ଖାଇପାରିବେ। ପନିପରିବା ଭାବରେ ଏହାକୁ ପ୍ରସ୍ତୁତି କରିପାରିବେ । ପଲାଉରେ ମଧ୍ୟ ଗ୍ରୀନ ମଟର ବ୍ୟବହାର କରିପାରିବେ। ପୋହା, ନୁଡଲ୍ସ ଆଦି ପ୍ରସ୍ତୁତି କରିବା ସମୟରେ ସାଥିରେ ଗ୍ରୀନ ମଟର ବ୍ୟବହାର କରି ଡିଶର ସ୍ଵାଦ ବଢାଇ ପାରିବେ। ଗ୍ରୀନ ମଟରରେ ଫାଇବର ଓ ପ୍ରୋଟିନ ଅଧିକ ମାତ୍ରାରେ ଥିବାରୁ ଏହା ଶରୀରରେ ସୁଗାର ଲେବଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
ମଧୁମେୟ ରୋଗୀଙ୍କୁ ନିଜର ଡାଏଟରେ ଏହାକୁ ବ୍ୟବହାର କରିବା ଉଚିତ । ଏହାର ସେବନ ଦ୍ଵାରା କଲେଷ୍ଟ୍ରଲ ବଢିବାର ସମସ୍ୟା କମ ହୋଇଥାଏ । ଏହା ହୃତପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ମଟରରେ ଆଇରନ, ଜିଙ୍କ, କପର, ଆଣ୍ଟିଅକ୍ସାଇଡ ରହିଥାଏ । ଏହା ଶରୀରରେ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ, କ୍ୟାଲସିୟମ, ଫାଇବର, ଆଇରନ, ଆଣ୍ଟି ଆକ୍ସାଇଡ, ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥିବାରୁ ହଜମ ପ୍ରକ୍ରିୟା ଠିକ ହୋଇଥାଏ । ପେଟ ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିରେ ଫାଇବର ଅଧିକ ରହିଥାଏ, କିନ୍ତୁ କ୍ୟାଲୋରି ଏବଂ ଫ୍ୟାଟର ମାତ୍ରା କମ ରହିଥାଏ । ଏହାର ସେବନ ଦ୍ଵାରା ଶରୀରର ଓଜନ ନିୟନ୍ତ୍ରଣରେ ରହିଥାଏ ।