ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ଗୃହରେ ବାରମ୍ବାର ବିରୋଧିଙ୍କ ହଟ୍ଟଗୋଳ ଯୋଗୁଁ ଯେଉଁ ଅସ୍ୱାଭାବିକ ପରିସ୍ଥିତି ଦେଖାଦେଇଥିଲା ଗତକାଲି ସର୍ବଦଳୀୟ ବୈଠକ ପରେ ସେଥିଲେ ସୁଧାର ଆସିଥିଲା। ଫଳରେ ଆଜି ସୁରୁଖୁରୁରେ ଚାଲିଥିଲା ପ୍ରଶ୍ନକାଳ। ହେଲେ ଅପରାହ୍ନ ୪ଟାରେ ମୁଲତବୀ ଅବଧି ଶେଷ ହେବାପରେ ଗୃହକାର୍ଯ୍ୟ ଆରମ୍ଭ ହେଉଣୁ ପୁଣି ଥରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ବିଜେପି ଓ କଂଗ୍ରେସର ହଟ୍ଟଗୋଳ ପରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି। ବାଚସ୍ପତି ଗୃହକୁ ୩୦ ମିନିଟ୍ ଯାଏଁ ମୁଲତବୀ ରଖିଛନ୍ତି। ଏହାପରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ମୁଁ କୌଣସି ଅସଂସଦୀୟ ଶବ୍ଦ ବ୍ୟବହାର କରିନାହିଁ। ଶାସକ ଦଳ ଯାହା ବିଚାର ନ କରି ବିଧାନସଭା ରେକର୍ଡରୁ ବାଦ ଦେଲେ। ଆପଣ ତାଙ୍କ ନାଁକୁ କାଟି ପାରି ଥାନ୍ତେ। ଏହାସହ ଗୃହ ମଧ୍ୟ ଭାଗରେ ଫୋଟୋ ଦେଖାଇ ପ୍ରତିବାଦ କରିଥିଲେ ବିଜେପି ସଦସ୍ୟ।
ଏପଟେ ବିରୋଧୀ ଦଳ ନେତାଙ୍କ ପରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଡାକିବା କଥା, ହେଲେ ଡାକିଲେ ନାହିଁ ବୋଲି ଅଭିଯୋଗ କରି କହିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ଫଳରେ କଂଗ୍ରେସ ବିଧାୟକମାନେ ପୋଡିୟମ ସମ୍ମୁଖରେ ଦେଇଛନ୍ତି ଧାରଣା ।