ଓଡ଼ିଶା 365 (ବ୍ୟୁରୋ): ବୁଧବାର ବିଧିବଦ୍ଧ ସପତ୍ନୀଙ୍କ ବିଜେପିରେ ସାମିଲ ହୋଇଛନ୍ତି କଳାହାଣ୍ଡି ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ । ପତ୍ନୀ ମାଳବିକା ଦେବୀଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଜେଡି ସାଂସଦ । ଭୁବନେଶ୍ୱରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବରିଷ୍ଠ ନେତାଙ୍କ ଗହଣରେ ପତି-ପତ୍ନୀ ଦଳରେ ସାମିଲ ହୋଇଛନ୍ତି ।
କହିରଖୁ କି, ଅର୍କକେଶରୀଙ୍କ ବାପା ବିକ୍ରମ କେଶରୀ ବିଜେପିର ଜଣେ ଟାଣୁଆ ନେତା ଥିଲେ । କଳାହାଣ୍ଡି ଲୋକ ସଭା ଆସନରୁ ସେ ତିନିଥର ୧୯୯୮, ୯୯ ଏବଂ ୨୦୦୪ରେ ବିଜେପି ଟିକେଟରେ ଲଢି ଜିତିଥିଲେ । ୨୦୧୩ରେ ବାପା ବିକ୍ରମ କେଶରୀ ଦେଓଙ୍କ ମୃତ୍ୟୁ ପରେ ବିଜେଡିରେ ସାମିଲ ହୋଇଥିଲେ ଅର୍କ କେଶରୀ । ୨୦୧୪ରେ କଳାହାଣ୍ଡି ଲାେକସଭା ଆସନରୁ ବିଜେଡି ଟିକେଟରେ ଜିତିଥିଲେ । ହେଲେ ୨୦୧୯ରେ ବିଜେଡିରୁ ଇସ୍ତଫା ଦେଇଥିଲେ ।