ଓଡ଼ିଶା 365 (ବ୍ୟୁରୋ) : ଚନ୍ଦ୍ର ଏବଂ ସୂର୍ଯ୍ୟ ମିଶନର ଐତିହାସିକ ସଫଳତା ପରେ ଏବେ ଶୁକ୍ର ମିଶନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ । ଏଭଳି ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ପ୍ରତିଷ୍ଠାନର ଅଧ୍ୟକ୍ଷ ଏସ ସୋମନାଥ । ସେ କହିଛନ୍ତି, ସୌର ମଣ୍ତଳରେ ସବୁଠାରୁ ଉଜ୍ଜ୍ୱଳ ଗ୍ରହ ଶୁକ୍ରରେ ରିସର୍ଚ୍ଚ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଗକୁ ଆରମ୍ଭ ହେବାକୁ ଥିବା ଏହି ମିଶନ ପାଇଁ ପେ ଲୋଡ୍ ବିକଶିତ ହୋଇସାରିଛି । ଆଗକୁ ଇସ୍ରୋ ଅନେକ ଗ୍ରହ ଉପରେ ଗଣେଷଣା ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରିସାରିଛି ଏସ ସୋମନାଥ କହିଛନ୍ତି । ଶୁକ୍ର ଏକ ଆକର୍ଷଣୀୟ ଗ୍ରହ ଏବଂ ଏହାର ଆବିଷ୍କାର ମହାକାଶ ବିଜ୍ଞାନ କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ କରିବାରେ ସହାୟକ ହେବ । ଶୁକ୍ର ରୋମାଞ୍ଚକ ଗ୍ରହ । ପୃଥିବୀ ଏବଂ ସୂର୍ଯ୍ୟର ନିକଟତମ ଗ୍ରହ ହେଉଥି ଶୁକ୍ର । ତେବେ ଚନ୍ଦ୍ର ଏବଂ ସୂର୍ଯ୍ୟ ମିଶନର ଐତିହାସିକ ସଫଳତା ପରେ ଏବେ ଶୁକ୍ର ମିଶନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ । ଗୋଟିଏ ପରେ ଗୋଟିଏ ସଫଳତା ପରେ ଆଗକୁ ସୂଯ୍ୟ ମିଶନ ମଧ୍ୟ ସଫଳ ହେବ ବୋଲି ଆଶା କରାଯାଉଛି ।