ଓଡ଼ିଶା 365 (ବ୍ୟୁରୋ) : ଭାଏବ୍ରାଣ୍ଟ୍ ଗୁଜରାଟ ସମ୍ମିଳନୀର ୨୦ ବର୍ଷ ସମାପ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗୋଧ୍ରା ଘଟଣା ସମୟର ଗୁଜୁରାଟ କେଉଁଠି ଥିଲା ଏବଂ ବର୍ତ୍ତମାନ ସମୟର ଗୁଜୁରାଟ କେଉଁଠି ଅଛି । ସେ ସମୟରେ ସମଗ୍ର ଗୁଜରାଟରେ ହିଂସା ଆରମ୍ଭ ହୋଇଥିଲା । କିଛି ଲୋକ ନିଜର ଏଜେଣ୍ଡା ଚଳାଇ ହିଂସାକୁ ବଢାଉଥିଲେ । ଗୁଜରାଟକୁ ବଦନାମ କରିବା ପାଇଁ ଏକ ଷଡଯନ୍ତ୍ର ମଧ୍ୟ କରାଯାଇଥିଲା । ସେ ସମୟରେ ଜଣେ ମୁଖ୍ୟମନ୍ତ୍ରୀ ଭାବରେ ମୋର ଅଭିଜ୍ଞତା ନ ଥିଲା, ତଥାପି ଗୁଜରାଟ ଲୋକଙ୍କ ଉପରେ ମୋର ବହୁତ ବିଶ୍ୱାସ ଥିଲା ବୋଲି କହିଛନ୍ତି ମୋଦି । କିନ୍ତୁ ଗୁଜରାଟକୁ ଏହି ନକାରାତ୍ମକତାରୁ ଉଦ୍ଧାର କରିବା ପାଇଁ ଆମ ସରକାର ଧ୍ୟାନ ଦେଇଥିଲେ। ସେହି ସଙ୍କଟ ସମୟରେ ମୁଁ ଏକ ପ୍ରତିସଶୁତି ଦେଇଥିଲି ଯେ ପରିସ୍ଥିତି ଯାହା ହେଉନା କାହିଁକି ମୁଁ ଗୁଜରାଟକୁ ଏଥିରୁ ବାହାର କରିଦେବି। ଗୁଜରାଟ ଭୟଙ୍କର ଦିନରୁ ବାହାରି ଆସିଥିଲା ଏବଂ ଆଜି ଗୁଜରାଟ କେଉଁଠାରେ ପହଞ୍ଚିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।