ଓଡ଼ିଶା 365 (ବ୍ୟୁରୋ) : ୯ ବଲରେ ଅର୍ଦ୍ଧଶତକ ମାରି ଭାରତର ପୂର୍ବତନ ଅଲ୍-ରାଉଣ୍ଡର୍ ଯୁବରାଜ ସିଂହଙ୍କ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ଭାଙ୍ଗିଛନ୍ତି ନେପାଳର ଦୀପେନ୍ଦ୍ର ଏରୀ। ୨୦୦୭ ସେପ୍ଟେମ୍ବର ୧୯ରେ ଅନୁଷ୍ଠିତ ଭାରତର ଟି-୨୦ ବିଶ୍ବକପ୍ ୨୦୦୭ରେ ଇଂଲଣ୍ଡ୍ ବିପକ୍ଷରେ ମାତ୍ର ୧୨ଟି ବଲ୍ରେ ଯୁବରାଜ ଅର୍ଦ୍ଧଶତକ ହାସଲ କରିଥିଲେ। ମାତ୍ର ଏରୀ ୧୦ଟି ବଲ୍ ଖେଳି ୮ଟି ଛକା ମାରିବା ସହିତ ୫୨ ରନ୍ ସଂଗ୍ରହ କରିଥିଲେ। ୧୯ତମ ଏସୀୟ କ୍ରୀଡ଼ାରେ ନେପାଳ ଓ ମଙ୍ଗୋଲିଆ ମଧ୍ୟରେ ଅନୁଷ୍ଠିତ କ୍ରିକେଟ୍ ମ୍ୟାଚ୍ରେ ଏରୀ ମାତ୍ର ଦ୍ରୁତତମ ଅର୍ଦ୍ଧଶତକ ବିସ୍ପୋରକପାରୀ ଦେଖିବାକୁ ମିଳିଥିଲା ।
ଟି-୨୦ରେ ନେପାଳ ମାତ୍ର ୩ ୱିକେଟ୍ ବିନିମୟରେ ୩୧୪ ରନ୍ ସଂଗ୍ରହ କରିଥିଲା, ମଙ୍ଗୋଲିଆ ୩୧୫ରନ୍ ବିଜୟକୁ ପିଛାକରି ୪୧ରନରେ ଅଲଆଉଟ୍ ହୋଇଥିଲା। ଏଯାବତ୍ ଏତେସଂଖ୍ୟକ ରନ୍ କୌଣସି ଟିମ୍ ସଂଗ୍ରହ କରିପାରି ନାହିଁ। ଏହି ମ୍ୟାଚରେ ଦ୍ରୁତତମ ଶତକ କୁଶଳ ମଲ ୩୪ ବଲରୁ ଶତକ ଅର୍ଥାତ ୫୦ ବଲରୁ ୧୩୭ରନର ଅପରାଜିତ ପାରି ଖେଳିଥିଲେ। ଏହି ମ୍ୟାଚରେ ଦ୍ରୁତତମ ଶତକ, ଦ୍ରୁତତମ ଅର୍ଦ୍ଧଶତକ,ସର୍ବାଧିକ ଦଳୀୟ ସ୍କୋର, ସର୍ବାଧିକ ରନ୍ ବ୍ୟବଧାନରେ ବିଜୟ ହୋଇ ରେକର୍ଡ କରିଛି ନେପାଳ।