ଓଡ଼ିଶା 365 (ବ୍ୟୁରୋ) : କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ରଙ୍କ ଏଜେଣ୍ଡାରେ ଆଉ ବିଶ୍ବ ଚାଲିବ ନାହିଁ । ଜାତିସଂଘ ମହାସଭା ବୈଠକରେ ଯୋଗଦେଇ ଏଜେଣ୍ଡାଧାରୀ ରାଷ୍ଟ୍ରମାନଙ୍କୁ ଏଭଳି କହିଛନ୍ତି ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର । ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର
ଏଜେଣ୍ଡାଧାରୀ ରାଷ୍ଟ୍ରମାନଙ୍କୁ ଏଭଳି କଡ଼ା ବାର୍ତ୍ତା ଦେଇଛନ୍ତି । ଏହାସହ ସେ କହିଛନ୍ତି, ଭାରତରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଏହା ସୁନିଶ୍ଚିତ ହୋଇଯାଇଛି ଯେ କେବଳ କୂଟନୀତି ଏବଂ ଆଲୋଚନା ମାଧ୍ୟମରେ ହିଁ ଯେ କୌଣସି ସମସ୍ୟାର ପ୍ରକୃଷ୍ଟ ସମାଧାନ ବାହାର କରାଯାଇପାରିବ। ପୂର୍ବରୁ କିଛି ରାଷ୍ଟ୍ର କେବଳ ସେମାନଙ୍କୁ ସୁହାଇବା ଭଳି ଏଜେଣ୍ଡା ପ୍ରସ୍ତୁତ କରୁଥିଲେ ଏବଂ ଅନ୍ୟ ସମସ୍ତ ରାଷ୍ଟ୍ର ଯେଭଳି ସେହି ଏଜେଣ୍ଡାରେ ହିଁ ଚାଲିବେ ସେହି ଲକ୍ଷ୍ୟରେ କାମ କରୁଥିଲେ। ଏହାସହ କେବଳ ରାଜନୈତିକ ସୁବିଧା ହିସାବରେ ଆତଙ୍କବାଦ ଓ ଉଗ୍ରବାଦକୁ ନେଇ ପ୍ରତିକ୍ରିୟା ସ୍ଥିର ହୋଇପାରିବ ନାହିଁ ବୋଲି କହିଛନ୍ତି ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର।