ଓଡ଼ିଶା 365 (ବ୍ୟୁରୋ): ମିସ୍ ବ୍ରିଗେଞ୍ଜା । ଏହି ନାଁ କହିଲେ ପ୍ରାୟତଃ ଲୋକ ଜାଣିପାରନ୍ତିନି । ଇଏ ଜଣେ ଏମିତି ମଣିଷ ଯିଏ ହସି ହସି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କେବଳ ହସ ହିଁ ତାଙ୍କୁ ଏ ସମାଜରେ ପରିଚିତ କରିଛି । ସବୁଠୁ ବଡ଼ କଥା ହେଉଛି ତାଙ୍କ ହସ ତାଙ୍କୁ କୋଟିପତି କରାଇଛି । ଆପଣ ଭାବୁଥିବେ ଏ କେମିତିକା କଥା ହେଲେ ଏହା ସତ ।କେବଳ ହସିବା ପାଇଁ ସେ ଟଙ୍କା ନିଅନ୍ତି । ସେ ହେଉଛନ୍ତି ଅର୍ଚ୍ଚନା ପୁରନ ସିଂ । ‘ଦି କପିଲ ଶର୍ମା ସୋ’ରେ ଅର୍ଚ୍ଚନା ଜଣେ ଜଜ୍ ଭାବରେ ନଜର ଆସନ୍ତି । ସେ ଏହି ଶୋ’ରୁ କରିଥାନ୍ତି ମୋଟା ଅଙ୍କର ରୋଜଗାର ।
ସୂଚନା ଅନୁଯାୟୀ, ଅର୍ଚ୍ଚନା ପ୍ରତି ଏପିସୋଡ୍ ପିଛା ୧୦ ଲକ୍ଷ ଟଙ୍କା ଫି ଆଦାୟ କରିଥାନ୍ତି । ଦି କପିଲ ଶର୍ମା ଶୋ’ର ତୃତୀୟ ସିଜିନରେ ଅର୍ଚ୍ଚନା ମୋଟ ୮ କୋଟି ଟଙ୍କା ଆଦାୟ କରିଛନ୍ତି । ତେବେ ‘ଦି କପିଲ ଶର୍ମା ଶୋ’ରେ ନବଜୋତ ସିଂ ସିଦ୍ଧୁଙ୍କ ସ୍ଥାନରେ ରହିଛନ୍ତି ଅର୍ଚ୍ଚନା ପୁରାଣ ସିଂ । ଶୋ’ରେ ତାଙ୍କର କାମ ହେଉଛି କମେଣ୍ଟ କରିବା, ଅଡିଅନ୍ସଙ୍କୁ ଚିୟର୍ କରିବା, ମଜାଳିଆ ଲାଇନ୍ କହିବା ଏବଂ ଶୋ’ରେ ଆସୁଥିବା ସେଲିବ୍ରିଟିମାନଙ୍କୁ ଖୁସି କରିବା । ଅର୍ଚ୍ଚନା ତାଙ୍କର ଚମତ୍କାର ଅଭିନୟ ମାଧ୍ୟରେ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କୁ ନିଜ ଜାଦୁରେ ବାନ୍ଧି ରଖିଥାନ୍ତି ।
ମିସ୍ ବ୍ରିଗେଞ୍ଜା ୧୯୮୭ରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ସେବେଠାରୁ ସେ ପଛକୁ ବୁଲି ଚାହିଁନାହାନ୍ତି । ଅର୍ଚ୍ଚନା ନିଜଠାରୁ ୭ ବର୍ଷ ସାନ ପରମିତ ସେଟ୍ଟୀଙ୍କୁ ବିବାହ କରିଛନ୍ତି । ଅର୍ଚ୍ଚନା ପୁରନ ସିଂଙ୍କ ମୋଟ ସମ୍ପତ୍ତି ପ୍ରାୟ ୩୧ ନିୟୁତ ଡଲାର ଅର୍ଥାତ୍ ୨୫୪ କୋଟି ଟଙ୍କା । ଏହାସହ ମୁମ୍ବାଇର ମଡ୍ ଆଇଲ୍ୟାଣ୍ଡରେ ଅର୍ଚ୍ଚନାଙ୍କର ନିଜର ଏକ ଲଗଜୁରୀ ବଙ୍ଗଳା ମଧ୍ୟ ରହିଛି । ଏଥିରେ ସେ ତାଙ୍କ ସ୍ୱାମୀ ଏବଂ ପରିବାର ଲୋମଙ୍କ ସହ ଏକାଠି ରୁହନ୍ତି ।