ଓଡ଼ିଶା 365 (ବ୍ୟୁରୋ) : ଇନ୍ଦୋର ହେଉଛି ଦେଶର ସବୁଠୁ ସ୍ମାର୍ଟ ସହର । ସେହିପରି ମଧ୍ୟପ୍ରଦେଶ ହେଉଛି ଦେଶର ସର୍ବଶ୍ରେଷ୍ଠ ରାଜ୍ୟ। ମଧ୍ୟପ୍ରଦେଶର ଇନ୍ଦେରରେ ଅନୁଷ୍ଠିତ ସ୍ମାର୍ଟ ସିଟିର ନ୍ୟାଶ୍ନାଲ୍ କନଫରେନ୍ସ ସାମିଲ ହୋଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ସ୍ମାର୍ଟ ସିଟି ନ୍ୟାଶ୍ନାଲ୍ କନଫରେନ୍ସ କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ମାର୍ଟ ସିଟି ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଇନ୍ଦୋର ସମେତ ୧୫ରୁ ଅଧିକ ସହରକୁ ସ୍ମାର୍ଟ ସିଟି ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ସହରୀ ବିକାଶରେ ଆମ ଦେଶର ସମଗ୍ର ନିବେଶ ପୂର୍ବ ତୁଳନାରେ ବୃଦ୍ଧି ପାଇଛି। ଦେଶର ବିକାଶ ବୃଦ୍ଧି କରିବାରେ ସହରଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସିସିଟିଭି ସର୍ବଲାନ୍ସ ସୁରକ୍ଷାକୁ ସୁଦୃଢ କରିବାର କାର୍ଯ୍ୟ କରାଯାଉଛି। ମହିଳାଙ୍କ ସୁରକ୍ଷା ଆହୁରି ବଢାଇବାର ଆବଶ୍ୟକତା ରହିଛି। ଜିଡିପି ସହ ସ୍ବଚ୍ଛତାରେ ମଧ୍ୟ ଇନ୍ଦୋର ଆଗରେ ରହିଛି। ସମସ୍ତ ୧୦୦ ସ୍ମାର୍ଟ ସହରରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ସେଣ୍ଟର ସ୍ଥାପନା କରାଯାଇଛି।