ଓଡ଼ିଶା 365 (ବ୍ୟୁରୋ) : ଭାରତର ଜି-୨୦ ଅଧ୍ୟକ୍ଷତାରେ ଜନ ଭାଗିଦାରୀ ଉପରେ ଗୁରୁତ୍ବ ଦିଆଯାଇଛି। ଦେଢ଼ କୋଟିରୁ ଅଧିକ ନାଗରିକ ଜି-୨୦ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପିକେ ମିଶ୍ର କହିଛନ୍ତି । ଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ଜି-୨୦ ୟୁନିଭର୍ସିଟି କନେକ୍ଟ ଉଦ୍ଯାପନୀ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି ଡ. ପିକେ ମିଶ୍ର କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଥିଲା ଯେ ଜି-୨୦ ଏକ ସର୍ବଭାରତୀୟ କାର୍ଯ୍ୟକ୍ରମ ହେବା ଉଚିତ୍ ଏବଂ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ସଚେତନତା ଶୋଭାଯାତ୍ରା, ସ୍ମାରକୀ ସହ ସେଲ୍ଫି, ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା,ସ୍ବଚ୍ଛତା ଅଭିଯାନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଜି-୨୦ର ଉଦ୍ଦେଶ୍ୟକୁ ଅନ୍ତିମ ସୋପାନ ପର୍ଯ୍ୟନ୍ତ ନିଆଯାଇଛି। ଜି-୨୦ ଅଧ୍ୟକ୍ଷତା ଯୁବପିଢ଼ିଙ୍କ ପାଇଁ ନୂଆ ଦିଗ ଖୋଲିବ। ତାହାର ସଦୁପଯୋଗ କରିବାକୁ ସେ ଯୁବବର୍ଗଙ୍କୁ ଆହ୍ବାନ ଦେଇଛନ୍ତି। ଭାରତର ଜି-୨୦ ଅଧ୍ୟକ୍ଷତାର ଏକ ପ୍ରମୁଖ ପ୍ରାଥମିକତା ହେଉଛି ଏକ ଅଧିକ ସମାବେଶୀ ବିଶ୍ବ ସୃଷ୍ଟି କରିବା, ଯେଉଁଠାରେ ଦକ୍ଷିଣ ବିଶ୍ବର ସ୍ବରକୁ ଆଉ ଅଣଦେଖା କରାଯିବ ନାହିଁ।