ଓଡ଼ିଶା 365 (ବ୍ୟୁରୋ) : କଟକରେ ଦେଖିବାକୁ ମିଳିଛି ପୁଣି ଗୋଷ୍ଠୀ କନ୍ଦଳ । ଏହା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କରବର ଗାଁରେ ଅନେକ ଦିନ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଲାଗିରହିଥିଲା । ଏହି ଆକ୍ରମଣରେ ୧୦ ଜଣରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏନେଇ ପୋଲିସର ତଦନ୍ତ ଜାରି ରହିଛି । ତେବେ କଟକରେ ପୁଣି ଗୋଷ୍ଠୀ ସଂଘର୍ଷରେ ବୁଲିଲା ଖଣ୍ଡା । ଏହା ମଙ୍ଗଳବାର ଦିନ ଘଟିଥିଲା । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ତେବେ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଉଭୟ ଗୋଷ୍ଠୀ ଆକ୍ରମଣ କରିଥିବା ସୂଚନା ରହିଛି । ଏହି ଆକ୍ରମଣରେ ଉଭୟ ପକ୍ଷରୁ ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ କରାଯାଇଛି ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ସେପଟେ ଗୋଷ୍ଠୀ ସଂଘର୍ଷ ପରେ ଗାଁରେ ଉତ୍ତେଜନା ଲାଗି ରହିଛି ।
ସ୍ଥିତି ମୁକାବିଲା ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ମାମଲାର ତଦନ୍ତ ଜାରି ରଖିବା ସହ ଉତ୍ତେଜନା ଯେପରି ଆଉ ନହୁଏ ତାହା ଉପରେ ନଜର ରଖିଛି । ଅନ୍ୟପଟେ ପୂର୍ବ ଶତ୍ରୁତାର ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଥିଲେ ମଧ୍ୟ ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେହିପରି କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ବଡ଼ନାଉପୁଟ ପଞ୍ଚାୟତ ଖଣ୍ଡହତା ଗ୍ରାମରେ ମଧ୍ୟ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି ।
ଉଭୟ ପକ୍ଷରୁ 5 ଜଣ ମହିଳା ୪ ଜଣ ପୁରୁଷ ଗୁରୁତର ଆହତ ହୋଇଥିଲେ। ଗୁରୁତରମାନଙ୍କ ମଧ୍ୟରୁ ୪ ଜଣ ତିଗିରିଆ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ପୋଲିସ ଉପସ୍ଥିତିରେ ମହିଳାଙ୍କୁ ମାଡ଼ ମରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଗୁରୁତର ଆହତ ମାନେ ହେଲେ ସସ୍ମିତା ରାଉତ, ପ୍ରତିମା ରାଉତ, ଗୁଲୁ ରାଉତ, ଟୁକୁନା ରାଉତ ,ଚେତନ ରାଉତ ,ଟଟୁନୁ ରାଉତ,ବସନ୍ତ ବିଶୋଇ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।