ଓଡ଼ିଶା 365 (ବ୍ୟୁରୋ): ଖାଦ୍ୟ ଆମ ଜୀବନର ଆଧାର । ଖାଦ୍ୟ ପାଇଁ ଆମେ ଶରୀର ଧରି ବଞ୍ଚିରହିଛୁ । ଖାଦ୍ୟ ଆମ ଶରୀରକୁ ପ୍ରତ୍ୟେକ ସମୟରେ ଶକ୍ତି ଯୋଗାଇଥାଏ । ଛୋଟ ଠାରୁ ବୟସ୍କ ସମସ୍ତଙ୍କ ଶରୀର ପାଇଁ ଖାଦ୍ୟ ଆବଶ୍ୟକ ହୋଇଥାଏ । ହେଲେ ଆପଣ ଜାଣନ୍ତି କି ଖାଦ୍ୟ ଖାଇବାର ଏକ ସଠିକ୍ ସମୟ ରହିଥାଏ । ପ୍ରତ୍ୟେକ ଖାଦ୍ୟ ସବୁ ସମୟରେ ଖାଇବା ଉଚିତ୍ ନୁହେଁ । ଏମିତି କିଉି ଖାଦ୍ୟ ଅଛି ଯାହା ରାତିରେ ଖାଇବା ମନା ହୋଇଥାଏ ।
ତେଲ ମସଲାଯୁକ୍ତ ଖାଦ୍ୟ: ରାତ୍ର ଭୋଜନରେ ଏଭଳି ଖାଦ୍ୟକୁ ସାମିଲ କରିବା ଦ୍ୱାରା ସହଜରେ ଖାଦ୍ୟ ହଜମ ନ ହୋଇନପାରି ଏସିଡିଟି, ଗ୍ୟାସ୍ ଏବଂ ଛାତି ଜଳିବା ଭଳି ସମସ୍ୟା ଉପୁଜିଥାଏ। ଯାହା ନିଦ୍ରାରେ ବାଧା ମଧ୍ୟ ସୃଷ୍ଟି କରିଥାଏ। ତେଣୁ ଏଭଳି ଖାଦ୍ୟ ରାତିରେ ଆଦୌ ଖାଆନ୍ତୁ ନାହିଁ ଏବଂ ଅନ୍ୟ ସମୟରେ ମଧ୍ୟ କମ୍ ଖାଆନ୍ତୁ। ଏହା ବଦଳରେ ଆପଣ ଅଳ୍ପ ତେଲ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।
ଫଳ: ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଫଳ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ହେଲେ ଫଳ ମଧ୍ୟରେ ବର୍ଷର ସବୁ ସମୟରେ ସହଜରେ ମିଳୁଥିବା କଦଳି ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏଥିରେ ଅନେକ ପୋଷକତତ୍ତ୍ୱ ମଧ୍ୟ ଭରି ରହିଛି। ହେଲେ ଏହାକୁ ରାତିରେ ଖାଇଲେ ହଜମ ହେବାରେ କଷ୍ଟ ହୋଇଥାଏ। ତା’ଛଡ଼ା ଏହାଦ୍ୱାରା ଛାତିରେ କଫ ଜମା ହେବାର ବି ଆଶଙ୍କା ଥାଏ। ତେଣୁ କଦଳୀକୁ ରାତିରେ ଖାଆନ୍ତୁ ନାହିଁ ।
ଚା କିମ୍ବା କଫି: ଅନେକଙ୍କର ସକାଳୁ ଉଠିଲେ ଏବଂ ଶୋଇବା ପୂର୍ବରୁ ଚା କିମ୍ବା କଫି ପିଇବାର ଅଭ୍ୟାସ ରହିଛି। ହେଲେ ଆପଣ ଜାଣନ୍ତି କି ଏକ ରିସର୍ଚ୍ଚ ରିପୋର୍ଟରୁ ଜଣାପଡିଛି ଯେ, ରାତିରେ ଏକ କପ୍ ଷ୍ଟ୍ରଙ୍ଗ୍ କଫି ପିଇବା ଦ୍ୱାରା ଏଥିରେ ଥିବା କ୍ୟାଫିନ୍ ଯୋଗୁ ୨ ଘଣ୍ଟାର ନିଦ୍ରା ନଷ୍ଟ ହୋଇଥାଏ। ତେଣୁ ଭଲ ନିଦ୍ରା ପାଇଁ ରାତିରେ ଏସବୁଠୁ ଦୂରେଇ ରୁହନ୍ତୁ ।
ଚକୋଲେଟ୍: ଖାଇ ସାରିବା ପରେ କିଛି ମିଠା କିମ୍ବା ଚକୋଲେଟ୍ ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି। ହେଲେ ରାତିରେ ଚକୋଲେଟ୍ ଖାଇଲେ ଏଥିରେ ଥିବା କ୍ୟାଫିନ୍ ନିଦ ନହେବାର କାରଣ ସାଜିଥାଏ। ଏହା ବ୍ୟତୀତ ଏଥିରେ ଅଧିକ ମାତ୍ରାରେ ଥିବା ଚିନି ବା ସୁଗାର ମଣିଷଠାରେ ମେଦବହୁଳତା ସମସ୍ୟା ସୃଷ୍ଟି କରିଥାଏ। ଏଣୁ ଏସବୁଠାରୁ ନିଜକୁ ଦୁରେି ରଖନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।