ଓଡ଼ିଶା 365 (ବ୍ୟୁରୋ) : ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ସରକାର ଲଗାତାର ଉଦ୍ୟମ କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ମଣିପୁରରେ ଶାନ୍ତି ଆଣିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି । ବୈଦେଶିକ ସମ୍ପର୍କ ପରିଷଦ (ସିଏଫଆର) କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି ବହିର୍ବ୍ୟାପାର ମନ୍ତ୍ରୀ । ସରକାର ଏପରି ଏକ ଉପାୟ ଖୋଜୁଛନ୍ତି ଯେଉଁଥିରେ ପରିସ୍ଥିତି ସ୍ବାଭାବିକ ହୋଇପାରିବ ଏବଂ ପର୍ଯ୍ୟାପ୍ତ ଆଇନଶୃଙ୍ଖଳା କାର୍ଯ୍ୟକାରୀ ହୋଇପାରିବ। ମଙ୍ଗଳବାର ବୈଦେଶିକ ସମ୍ପର୍କ ପରିଷଦ ଜୟଶଙ୍କର ଭାରତର ଉତ୍ତର-ପୂର୍ବ ରାଜ୍ୟର ପରିସ୍ଥିତି ଉପରେ କହିଛନ୍ତି। ଜୟଶଙ୍କର କହିଛନ୍ତି, ମୁଁ ଅନୁଭବ କରୁଛି ଯେ ଏଠାକୁ ଆସିଥିବା ପ୍ରବାସୀମାନେ ମଧ୍ୟ ମଣିପୁରର ଅବସ୍ଥା ପାଇଁ ଦାୟୀ। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ରାଜ୍ୟରେ ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ।