ଓଡ଼ିଶା 365 (ବ୍ୟୁରୋ) : ଏସିଆନ୍ ଗେମ୍ସରେ ଭାରତର ଦବଦବା। ହାଙ୍ଗଝୌରେ ଭାରତର ସ୍ୱର୍ଣ୍ଣ ବର୍ଷା । ମହିଳା ୫୦ ମିଟର ବ୍ୟକ୍ତିଗତ ରାଇଫଲ ଇଭେଣ୍ଟରେ ସିପ୍ଟ କୌର ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ମହିଳା ସୁଟିଂରେ ଏହି ବିଜୟ ସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୫ରେ ପହଞ୍ଚିଛି । ସିପ୍ଟଙ୍କୁ ଦେଶବିଦେଶରୁ ଛୁଟିଛି ଶୁଭେଛାର ସୁଅ। ସ୍ୱର୍ଣ୍ଣ ଜିତି ସଭିଙ୍କ ପାଇଁ ସୁନା ଝିଅ ପାଲଟିଛନ୍ତି କୌର। ମହିଳା ସୁଟିଂରେ ଇତିହାସରେ ଯୋଡିହୋଇଛି ଜିତିଲେ ସ୍ୱର୍ଣ୍ଣୀମ ଇତିହାସ। ସେହିଭଳି ଇଭେଣ୍ଟରେ ଚୀନ୍ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ଜିତିଛି । ଯେତେବେଳେ କି ଭାରତର ଆଶି ୫୦ମିଟର ରାଇଫଲ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ଜିତିବାରେ ସଫଳ ହୋଇଥିଲେ ।
୨୫ ମିଟର ପିସ୍ତଲ ଇଭେଣ୍ଟର ମହିଳା ବର୍ଗରେ ଭାରତ ଜିତିଛି ସ୍ୱର୍ଣ୍ଣ ପଦକ । ମନୁ ଭାକର, ଇଶା ସିଂ ଓ ରିଦମ ସାଙ୍ଗୱାନ ଏହି ସଫଳତା ଆଣିଦେଇଛନ୍ତି । ଅନ୍ୟପକ୍ଷରେ ୫୦ ମିଟର ରାଇଫଲ ପ୍ରତିଯୋଗିତାରେ ଭାରତ ରୌପ୍ୟ ଜିତିଛି । ଏସିଆନ୍ ଗେମ୍ସରେ ମହିଳା ୫୦ ମିଟର ବ୍ୟକ୍ତିଗତ ରାଇଫଲ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭାରତ ମୋଟ ପଦକ ସଂଖ୍ୟ ୧୮ରେ ପହଞ୍ଜିଛିଥିବା ବେଳେ ୫ଟି ସ୍ୱର୍ଣ୍ଣ ପଦକ ଜିତି ପଦକ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି । ଚୀନ୍ ତାଲିକାରେ ପ୍ରଥମ, ଦକ୍ଷିଣ କୋରିଆ ଦ୍ୱିତୀୟ,ତୃତୀୟ ସ୍ଥାନରେ ରହିଛି ଜାପାନ।