ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ନାଗା ଚୈତନ୍ୟ । ଚାରି ବର୍ଷର ବୈଏବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେଉଥିବା ଖବର ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଦୁହେଁ ନିଜର ଇନ୍ଷ୍ଟାଗ୍ରାମ ପେଜରେ ଲେଖିଥିଲେ ଯେ , ଅନେକ ଚିନ୍ତା କରିବା ପରେ ସ୍ୱାମୀ-ସ୍ତ୍ରୀ ରୂପେ ସମ୍ପର୍କ ଶେଷ କରିବାକୁ ଆମେ ନିଷ୍ପତ୍ତି ନେଇଛୁ । ଆମେ ବେଶ୍ ଭାଗ୍ୟଶାଳୀ ଯେ, ଦଶ ବର୍ଷରୁ ଅଧିକ ଦିନ ଧରି ଆମ ବନ୍ଧୁତ୍ୱ ଥିଲା । ଆମ ସମ୍ପର୍କ ବେଶ୍ ଭିନ୍ନ । ପରସ୍ପର ଅଲଗା ହେବା ପରେ ମଧ୍ୟ ସର୍ବଦା ଭଲ ବନ୍ଧୁ ହୋଇ ରହିବୁ’। ଏଭଳି ଅସୁବିଧା ସମୟରେ ସମର୍ଥନ କରିବା ପାଇଁ ଏବଂ ଆମକୁ ଆଗକୁ ବଢ଼ିବାକୁ ଦେବା ପାଇଁ ତଥା ପ୍ରାଇଭେସି ଦେବା ଲାଗି ପ୍ରଶଂସକ, ମିଡିଆ ଓ ଶୁଭଚିନ୍ତକଙ୍କୁ ଅନୁରୋଧ କରି ଅକ୍ଟୋବର ୨, ୨୦୨୧ରେ ପାରସ୍ପରିକ ସମ୍ମତି ନେଇ ଉଭୟ ପରସ୍ପର ଠାରୁ ଛାଡପତ୍ର ନେଇଥିଲେ । ଯାହା ଫ୍ୟାନ୍ସମାନଙ୍କୁ ବଡ଼ ଝଟକା ଦେଇଥିଲା । ଦୁହେଁ ଅଲଗା ହେବା ପରେ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି।
ଛାଡ଼ପତ୍ର ପରେ ନାଗା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଥିଲା । ଏହାରି ମଧ୍ୟରେ ଆଉ ଜଣେ ଅଭିନେତ୍ରୀ ତାଙ୍କୁ ବିବାହ କରିବାକୁ ଚାହୁଥିବା ନେଇ ଟାର୍ଗେଟ କରିଥିବା କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନା ଅନୁଯାୟୀ, ଅଭିନେତ୍ରୀ ରିତୁ ଚୌଧୁରୀ ନାଗା ଚୈତନ୍ୟଙ୍କୁ ବିବାହ କରିବାକୁ ଚାହୁଥିବା କଥା ସୋସିଆଲ ମିଡିଆରେ ଖୁଲମ ଖୁଲା ପ୍ରକାଶ କହିଛନ୍ତି। ଏକ ମନୋରଞ୍ଜନ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, ସେ ଚୈତନ୍ୟଙ୍କୁ ଖୁବ୍ ପସନ୍ଦ କରନ୍ତି ଏବଂ ତାଙ୍କୁ ବିବାହ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ। ସେ ଜଣେ ଛାଡ଼ପତ୍ର ପାଇଥିବା ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ଡରୁ ନାହାନ୍ତି କି? ବୋଲି ପ୍ରଶ୍ନ କରାଯିବାରୁ ରିତୁ କହିଛନ୍ତି ଯେ, ତାଙ୍କର କୌଣସି ଅସୁବିଧା ନାହିଁ ଏବଂ ସେ ଚୈତନ୍ୟଙ୍କୁ ବିବାହ କଲେ ନିଜକୁ ଭାଗ୍ୟବାନ ମନେ କରିବେ। ହେଲେ ଏନେଇ ନାଗା ଚୈତନ୍ୟ ଏହି ପୋଷ୍ଟ ଉପରେ କୌଣସି ପ୍ରତିକ୍ରିୟା ଦେଇନଥିବା ଶୁଣିବାକୁ ମିଳୁଛି ।