ଓଡ଼ିଶା 365 (ବ୍ୟୁରୋ) : ମହିଳା ୨୫ ମିଟର ପିସ୍ତଲ ବର୍ଗରେ ଭାରତକୁ ସ୍ୱର୍ଣ୍ଣ ପଦକ । ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ତମ ଏସୀୟ କ୍ରୀଡାରେ ମନୁ-ଇଷା-ରିଦମ୍ ରଚିଛନ୍ତି ଇତିହାସ। ଏହିଟିମ୍ ଇଭେଣ୍ଟରେ କମାଲ କରିଛନ୍ତି ଏହି ୩ ଯୋଡ଼ି । ୧୭୫୯ ସ୍କୋର୍ କରି ପୋଡିୟମରେ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି । ଅନ୍ୟପଟେ ୫୦ମିଟର ରାଇଫଲ୍ସ ୩ ପୋଜିସନରେ ଭାରତକୁ ମିଳିଛି ରୌପ୍ୟ ପଦକ ।ବଢିଛି ଭାରତର ପଦକ ସଂଖ୍ୟା ।
୨୫ ମିଟର ପିସ୍ତଲ ବର୍ଗରେ ଭାରତ ସ୍ୱର୍ଣ୍ଣ ଜିତିବା ପରେ ଭାରତର ପଦକ ସଂଖ୍ୟା ୧୬ରେ ପହଞ୍ଚିଛି । ଯେଉଁଥିରେ ସାମିଲ ହୋଇଛି ୪ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ସହ ତାଲିକାର ସପ୍ତମ ସ୍ଥାନରେ ରହିଛି ଭାରତ । ଚୀନ୍ ତାଲିକାରେ ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ଦକ୍ଷିଣ କୋରିଆ,ତୃତୀୟ ସ୍ଥାନରେ ରହିଛି ଜାପାନ। ସେପଟେ ୪୧ ବର୍ଷ ପରେ ଅଶ୍ୱଚାଳନାରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ ।