ଓଡ଼ିଶା 365 (ବ୍ୟୁରୋ) : ଆତଙ୍କବାଦୀ ଗତିବିଧି ଉପରେ କଡ଼ା ନଜର ରଖିଛି ଜାତୀୟ ତଦନ୍ତକାରି ସଂସ୍ଥା। ଆତଙ୍କବାଦୀ ଗତିବିଧି ଓ ଆତଙ୍କବାଦୀ ନେଟୱାର୍କ ବିରୋଧରେ ଚଢୟ ଜାରି ରଖିଛି ଏନ୍ଆଇଏ। ବୁଧବାର ଏନ୍ଆଇଏ ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ପଞ୍ଜାବ ଏବଂ ଦିଲ୍ଲୀ-ଏନସିଆରରେ ବଭିନ୍ନ ସ୍ଥାନରେ ଚଢଉ କରିଛି । ଏକକାଳିନ ୫୦ରୁ ଅଧିକ ସ୍ଥାନରେ ଚଢଉ ହୋଇଥିବା ଜଣାପଡିଛି । ପଞ୍ଜାବ ଏବଂ ହରିୟାଣା ରାଜ୍ୟରେ ଲୁଚି ରହିଥିବା ଗ୍ୟାଙ୍ଗଷ୍ଟରମାନେ ସୀମାର ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ନେଇ ପ୍ରମାଣ ମିଳିଛି। ଏହି ଗ୍ୟାଙ୍ଗଷ୍ଟରମାନଙ୍କ ମାଧ୍ୟମରେ ହିଁ ସୀମା ପାର କରି ଭାରତକୁ ଅନେକ ପ୍ରକାରର ଔଷଧ ପଠାଯାଉଛି। ଏହାକୁ ଆଖି ଆଗରେ ରଖି ଚଢାଉ ହୋଇଛି। ଗତ କିଛି ମାସ ଭିତରେ ପଞ୍ଜାବ, ହରିୟାଣା,ଓ ୟୁପିରେ ଗ୍ୟାଙ୍ଗଷ୍ଟର ସକ୍ରିୟ ହୋଇଯାଇଛନ୍ତି। ଏହି ଗ୍ୟାଙ୍ଗଷ୍ଟରମାନେ ପଡୋଶୀ ଦେଶ ପାକିସ୍ତାନରୁ ଆସୁଥିବା ଡ୍ରଗ୍ସକୁ ବିଭିନ୍ନ ସ୍ଥାନରେ ପହଂଚାଉଛନ୍ତି । ଏହାସହ ଗ୍ୟାଙ୍ଗଷ୍ଟର ମାଧ୍ୟମରେ ଅସ୍ତ୍ରଶସ୍ତ୍ର ମଧ୍ୟ ଚାଳାନ ହେଉଛି । ଏହି ଆବଶ୍ୟକତା ପୂରଣ କରିବା ପାଇଁ ଆତଙ୍କବାଦୀଙ୍କୁ ଯୋଗାଯୋଗ କରାଯାଉଛି। ଆତଙ୍କବାଦୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ଏହି ସମ୍ପର୍କ ଦେଶ ପାଇଁ ଏକ ବିପଜ୍ଜନକ ଚୁକ୍ତି ହୋଇପାରେ ବୋଲି ଏନ୍ଆଇଏ କହିଛି। ସେପଟେ ଚଢଉ ଜାରି ରହିଛି ଜାତୀୟ ତଦନ୍ତ କାରି ସଂସ୍ଥା ।