ଓଡ଼ିଶା 365 (ବ୍ୟୁରୋ) : ପାନମହୁରୀ ପାଣି ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ପ୍ରତ୍ୟେକ ଲୋକ ଏହାକୁ ଖାଲି ପେଟରେ ପିଇବା ପାଇଁ ପସନ୍ଦ କରିଥାଆନ୍ତି । ତେବେ ଖରାଦିନରେ ଖାଲି ପେଟରେ ପାନମଧୁରୀ ପାଣି ପିଇବା ଜରୁରୀ କି ? ଏନେଇ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । କିନ୍ତୁ ବିଶେଷଜ୍ଞଙ୍କ ମତରେ ଗ୍ରୀଷ୍ମ ଋତୁରେ ବି ଖାଲିପୋଟରେ ପାନମହୁରୀ ପାଣି ପିଇପାରିବେ । ଏଥରେ ଅନେକ ପୃଷ୍ଟିକର ଉପାଦାନ ଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ପାନମହୁରୀକୁ ମିଶିରେ ପାଣିରେ ଭିଜାଇ ପିଇବା ଦ୍ବାରା ପେଟ ଥଣ୍ଡା ହୋଇଥାଏ ।ପାନମଧୁରୀରେ ଆଇରନ, ମିନେରାଲ, ପୋଟାସିୟମ୍, ଭିଟାମିନ୍ ସି ପରି ପୋଷକ ତତ୍ତ୍ୱ ଭରପୂର ରହିଛି । ସେଥିପାଇଁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଅନେକ ଲୋକ ଅଛନ୍ତି ଯେଉଁମାନେ ଓଜନ କମାଇବା ପାଇଁ ପାନମହୁରୀ ପାଣି ପିଇବାକୁ ପସନ୍ଦ କରନ୍ତି ।
ଶରୀରରକୁ ଥଣ୍ଡା କରିବା ପାଇଁ ମଧ୍ୟ ଏହାକୁ ପିଇପାରିବେ । ଏଥିରେ ଟ୍ରାନ୍ସ-ଆନାଥୋଲ୍ ନାମକ ଏକ ଉପାଦାନର ଉପସ୍ଥିତି କାରଣରୁ ଏହା ଶକ୍ତିଶାଳୀ ଆଣ୍ଟିଭାଇରାଲ୍ ଗୁଣ ଧାରଣ କରିଥାଏ । ଏହା ସହିତ, ପାନମହୂରୀ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିପାରେ, ଫଳରେ ରୋଗ ସଂକ୍ରମଣ ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ । ଯଦି ଆପଣଙ୍କ ପେଟ ଅତ୍ୟଧିକ ଗରମ ହୋଇଯାଏ କିମ୍ବା ଆପଣ ଅତ୍ୟଧିକ ଗରମ ଅନୁଭବ କରନ୍ତି, ତେବେ ଗ୍ରୀଷ୍ମ ଦିନରେ ମଧ୍ୟ ଆପଣ ଖାଲି ପେଟରେ ପାନମହୁରୀ ପାଣି ପିଇପାରିବେ । କାରଣ ଏହା ଦ୍ବାରା ଶରୀର ହାଇଡ୍ରେଟ ହୋଇଥାଏ । ଯଦି ଆପଣ ସୂର୍ଯ୍ୟକିରଣରେ ବାହାରକୁ ଯାଉଛନ୍ତି, ତେବେ ଏହି ପାଣିକୁ ପିଇ ଯାଇପାରିବେ । ଏହାଦ୍ବାରା ଶରୀର ହାଇଡ୍ରେଟ ହୋଇ ରହିବ । ଏହି ପାଣି ପିଇବା ପାଇଁ ଆପଣ ଏକ ଚାମଚ ପାନମଧୁରୀକୁ ନେଇ ଏକ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ । ଏହାପରେ ସକାଳେ ଏହାକୁ ଛାଣି ଖାଲିପେଟରେ ପିଅନ୍ତୁ । ଏହାପରେ ଛାଣିକି ରଖିଥାବା ମାନମହୁରୀକୁ ଚୋବାଇ ଖାଇପାରିବେ । ଏହି ପାଣି ଆପଣଙ୍କ ଓଜନ ମଧ୍ୟ ହ୍ରାସ କରିବା ସହ ଶରୀରକୁ ହାଇଡ୍ରେଟ ରଖିଥାଏ ।
ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଦିନ ପାନମଧୁରୀ ପାଣି ପିଇଲେ ମଧ୍ୟ ଶରୀର ଉପରେ କୌଣସି ପ୍ରଭାବ ପଡିନଥାଏ । ଯଦି ଆବଶ୍ୟକତାଠାରୁ ଅଧିକ ବ୍ୟବହାର କରିବା ତାହାଲେ ଏହା କୁପ୍ରଭାବ ପକାଇପାରେ । ପାନମଧୁରୀ ପାଣିରେ ଇଷ୍ଟ୍ରୋଜେନିକ୍ ଗୁଣ ରହିଛି ଏବଂ ଏହା ଇଷ୍ଟ୍ରୋଜେନ୍ ହରମୋନ୍ ପରି କାର୍ଯ୍ୟ କରିଥାଏ । ବିଶେଷକରି ଯଦି ଗର୍ଭବତୀ ମହିଳାମାନେ ଏହାକୁ ଅତ୍ୟଧିକ ବ୍ୟବହାର କଲେ, କ୍ଷତିକାରକ ହୋଇପାରେ ।ଯଦି କୌଣସି ବ୍ୟକ୍ତିଙ୍କୁ ପାନମଧୁରୀରେ ଆଲର୍ଜି ଥାଏ ତାହେଲେ ଏହା ସେବନ କରିବା କ୍ଷତିକାରକ ହୋଇପାରେ ।ଯେଉଁ ବ୍ୟକ୍ତିବିଶେଷଙ୍କୁ କ୍ୟାନସର ଭଳି ରୋଗ ହୋଇଛି ଏବଂ ଔଷଧ ଖାଉଛନ୍ତି, ସେହି କ୍ଷେତ୍ରରେ ପାନମଧୁରୀ ପାଣି ପିଇବା ଆବଶ୍ୟକ ।