ଓଡ଼ିଶା 365 (ବ୍ୟୁରୋ) : ଦେଶରେ ବାର୍ଷିକ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିଗତ କରଦାତାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ଦୁଇବର୍ଷ ମଧ୍ୟରେ ଏହାର ସଂଖ୍ୟା ଦୁଇଗୁଣା ହୋଇଛି । ସେହିପରି ଦେଶରେ ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।ଇନକମ୍ ଟ୍ୟାକ୍ସ ରିଟର୍ନ ବିଭାଗ ପାଇଁ ଚଳିତ ବର୍ଷ ରେକର୍ଡ ଭାଙ୍ଗିଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରେକର୍ଡ ସଂଖ୍ୟକ ୬.୭୭ କୋଟି ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ ଡିପୋଜିଟ ହୋଇଥିବା ଜଣାପଡ଼ିଛି । ଯାହାକି ଗତବର୍ଷ ତୁଳନାରେ ୧୬.୧ ପ୍ରତିଶତ ଅଧିକ ବୋଲି କୁହାଯାଇଛି । ସୂଚନା ଅନୁସାରେ, ୨୦୨୨-୨୩ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ ମୁତାବକ ମୋଟ ୧ ଲକ୍ଷ ୬୯ ହଜାର ୮୯୦ ଜଣ ଲୋକଙ୍କ ବାର୍ଷିକ ଆୟ ୧ କୋଟି ଟଙ୍କାରୁ ଅଧିକ । ବର୍ଷ ୨୦୨୧-୨୨ ରେ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୧୪ ହଜାର ୪୪୪ ଥିଲା । ସେପଟେ ବର୍ଷ ୨୦୨୦-୨୧ ରେ ଏହି ସଂଖ୍ୟା ୮୧,୬୫୩ ଥିଲାଣାପଡିଛି ।