ଓଡ଼ିଶା 365 (ବ୍ୟୁରୋ) : ସାବଧାନ। ଆଗକୁ ଆହୁରି ବଡ଼ ବିପଦ ଆସୁଛି । ଆଗକୁ କରୋନା ଠାରୁ ମଧ୍ୟ ବଡ଼ ଭୟଙ୍କର ବିପଦ ଆସିପାରେ । ଚୀନର ଜଣେ ବିଶେଷଜ୍ଞଙ୍କ ଏଭଳି ଏକ ଦାବି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଆଗକୁ କରୋନାଠାରୁ ବି ଆହୁରି ଘାତକ ଭାଇରସ୍ ଆସିବା ନେଇ ଚୀନର ବ୍ୟାଟଓମ୍ୟାନ୍ ଭାବେ ଜଣାଶୁଣା ବିଶେଷଜ୍ଞ ତଥା ଭାଇରୋଲୋଜିଷ୍ଟ ସି ଝେଙ୍ଗଲି ଚେତାବନୀ ଦେଇଛନ୍ତି। ପଶୁମାନଙ୍କ ଠାରୁ ଓ ବାଦୁଡ଼ିଙ୍କଠାରୁ ଉତ୍ପନ୍ନ ହେଉଥିବା ଭୂତାଣୁ ଉପରେ ନିଜ ଗବେଷଣା କାର୍ୟ୍ୟ ପାଇଁ ସି ଝେଙ୍ଗଲି ତାଙ୍କର ଏକ ରିପୋର୍ଟରେ ସତର୍କ କରାଛନ୍ତି। ଏହା ସହ ସେ କହିଛନ୍ତି ଯେ ଆଗାମୀ ଦିନରେ ଆଉ ଏକ କୋରୋନା ଭୂତାଣୁ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି। ଭାଇରୋଲୋଜିଷ୍ଟ ସିଙ୍କ ଅନୁସନ୍ଧାନ ବର୍ତ୍ତମାନ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।ତାଙ୍କର ଆକଳନ ଅନୁଯାୟୀ, ଛଅ ପ୍ରକାରର ଭୂତାଣୁର ଭୟ ରହିଛି। ଯେଉଁଥିରୁ ଅଧା ପୂର୍ବରୁ ମନୁଷ୍ୟମାନଙ୍କ ଠାରେ ମାରାତ୍ମକ ରୋଗ ସୃଷ୍ଟି କରିଥିଲା, ସେମାନଙ୍କୁ ବଡ଼ ବିପଦ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ଅବଶିଷ୍ଟ ୩ ପ୍ରକାର ଅନ୍ୟ ପ୍ରାଣୀ ପ୍ରଜାତିକୁ ସଂକ୍ରମିତ କରିଛନ୍ତି। ତେବେ ଏହା ଯଦି ସତ ହୁଏ ତାହେଲେ ଆଗକୁ ଏହି ଭୂତାଣୁ ଏକ ବଡ଼ ଆହ୍ୱାନ ହୋଇପାରେ ।