ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ କ୍ୟୁଇନ୍ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢ଼ାଙ୍କ ଯୋଡି । ରବିବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଘବ-ପରୀ । ଏହି ଯୋଡିଙ୍କ ବିବାହ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଦୁହେଁ ଉଦୟପୁରରେ ପଞ୍ଜାବୀ ରୀତିନୀତରେ ବିବାହ କରିଥିଲେ। ବଲିଉଡ ଏବଂ ରାଜନୀତିର ବହୁ ହାଇ-ପ୍ରୋଫାଇଲ୍ ବ୍ୟକ୍ତିତ୍ୱ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ବିବାହ ସମୟରେ ଉଭୟ କ୍ରିମ୍ ରଙ୍ଗର ପୋଷାକରେ ନଜର ଆସିଛନ୍ତି । ମନୀଷ ମଲହୋତ୍ରାଙ୍କ ବେଜ ରଙ୍ଗର ଲେହେଙ୍ଗାରେ ପରୀ ଚମତ୍କାର ଦେଖାଯାଉଥିବାବେଳେ, ତାଙ୍କ ପୋଷାକ ସହିତ ମେଳ ଖାଉଥିବା ସମାନ ସୁନ୍ଦର ଅଳଙ୍କାର ମଧ୍ୟ ପିନ୍ଧିଥିଲେ। ସେହିପରି ବର ରାଘବ ଚଢା ଏକ ସୂକ୍ଷ୍ମ, ଚମତ୍କାର ପିଙ୍କ ରଙ୍ଗର ପୋଷାକରେ ଖୁବ୍ ସୁନ୍ଦର ଦିଶୁଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ହେଲେ ଆପଣ ଜାଣନ୍ତି କି, କିପରି ପ୍ରସ୍ତୁତ ହୋଇଥିଲା ପରିଣୀତାଙ୍କ ଲେହେଙ୍ଗା ,ଲାଗିଥିଲା କେତେ ସମୟ ଆସନ୍ତୁ ଜାଣିବା ।
ପରିଣୀତି-ରାଘବଙ୍କ କେମେଷ୍ଟ୍ରି ଯେତିକି ସୁନ୍ଦର ତା ଠାରୁ ଅଧିକ ଅଭିନେତ୍ରୀଙ୍କ ବ୍ରାଇଡାଲ୍ ଲେହେଙ୍ଗା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଲେହେଙ୍ଗାକୁ ମନୀଷ ମଲହୋତ୍ରା ଡିଜାଇନ୍ କରିଛନ୍ତି। ଯାହା ବହୁତ ଭାରୀ ଏବଂ ସୂକ୍ଷ୍ମକାମ ହୋଇଥିଲା । ପରିଣୀତି ଚୋପ୍ରାଙ୍କ ଏହି ଡିଜାଇନର୍ ଲେହେଙ୍ଗା ତିଆରି କରିବାକୁ ମନୀଷ ମଲହୋତ୍ରା ଏବଂ ତାଙ୍କ ଟିମ୍କୁ ପ୍ରାୟ ୨୫୦୦ ଘଣ୍ଟା ସମୟ ନେଇଥିଲେ । ଏହି ଲେହେଙ୍ଗା ତିଆରି କରିବାରେ ଛୋଟ ଛୋଟ ଜିନିଷ ପ୍ରତି ମଧ୍ୟ ଧ୍ୟାନ ରଖାଯାଇଛି । ସବୁଠୁ ବଡ଼ କତା ହେଉଛି ଏହି ଲେହେଙ୍ଗାର ଟୋନାଲ୍ ଏକ୍ରୁ ବେସ୍ ହାତ ଏମ୍ବ୍ରୋଡୋରୀ ସହିତ ତିଆରି ହୋଇଛି। ଏହା ସହିତ, ପୁରୁଣା ସୁନାର ସୂତା ବ୍ୟବହାର କରାଯାଇଥିଲା ଏବଂ ଅନେକ ହସ୍ତତନ୍ତ କାର୍ୟ୍ୟ କରାଯାଇଥିଲା । ଏହାକୁ ନକ୍ସି ଏବଂ ମେଟଲ ସିକ୍ୱିନ୍ ସହିତ ସଜାଯାଇଛି । ଯାହା ନେଟ୍ ଏବଂ ଟୁଲ୍ ଫ୍ରେମ୍ ୱାର୍କର ଓଢଣୀ ସହିତ ସମ୍ପୂର୍ଣ୍ଣ ମେଳ ଖାଉଛି ।ଲେହେଙ୍ଗା ସହିତ ପରିଣୀତି ତାଙ୍କ ମୁଣ୍ଡରେ ପିନ୍ଧିଥିବା ଓଢଣୀର ପଛରେ ତାଙ୍କ ସ୍ୱାମୀ ରାଘବଙ୍କ ନାମ ଲେଖାଯାଇଛି। ବିଶେଷ କଥା ହେଉଛି ଏହି ନାମ ପୁରୁଣା ସୁନା ସୂତାରେ ମଧ୍ୟ ଲେଖାଯାଇଛି ।ଏହି ସୁନ୍ଦର ବେଜି ଲେହେଙ୍ଗା ସହିତ ସ୍ୱତନ୍ତ୍ର ଅଳଙ୍କାର ପିନ୍ଧି ରାଘବଙ୍କ ହାତ ଧରି ସାତ ଜନ୍ମର ସାଥୀ ହୋଇଥିଲେ ପରୀ-ରାଘବ ।