ଓଡ଼ିଶା 365 (ବ୍ୟୁରୋ) : ପ୍ରଥମ ଥର ପାଇଁ ସୁପ୍ରିମ କୋର୍ଟରେ ସାଙ୍କେତିକ ଭାଷାରେ ଯୁକ୍ତି ବାଢିଲେ ଦିବ୍ୟାଙ୍ଗ ଆଇନଜୀବୀ ସାରା ସନ୍ନି। ସେ ତାଙ୍କର ଜଣେ ଭାଷ୍ୟକାରଙ୍କ ସହଯୋଗରେ ଯୁକ୍ତି ବାଢିଥିଲେ । ତାଙ୍କ ଭାଷ୍ୟକାର ଥିଲେ ସୌରଭ ରାୟ ଚୌଧୁରୀ। ଭର୍ଚୁଆଲ ମୋଡରେ ଶୁଣାଣି ବେଳେ ନିୟନ୍ତ୍ରଣ କକ୍ଷ ପ୍ରଥମେ ସାରା ସନ୍ନିଙ୍କୁ ସ୍କ୍ରିନରେ ସ୍ଥାନ ଦେବାକୁ ମନା କରିଥିଲ । ଏହା ପରେ ସ୍କ୍ରିନକୁ ଆସିଥିଲେ ସୌରଭ । ସୁପ୍ରମିକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ମାମଲାର ଶୁଣାଣି କରିଥିଲେ। ସ୍କ୍ରିନରେ ଆଇନଜୀବୀ ସନ୍ନିଙ୍କୁ ସ୍ଥାନ ଦେବା ପାଇଁ ପ୍ରଧାନ ବିଚାରପତି ନିୟନ୍ତ୍ରଣ କକ୍ଷକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସନ୍ନି ଓ ତାଙ୍କ ଭାଷ୍ୟକାର ଆସି ଯୁକ୍ତି ବାଢିଥିଲେ । ଶୁଣାଣି ଶେଷ ପରେ ସୌରଭ ଓ ସିଜେଆଇଙ୍କୁ ପ୍ରଶଂସା କରିଥିଲେ ସନ୍ନି । ଦିବ୍ୟାଙ୍ଗଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି ବୋଲି କହିଛନ୍ତି ସାରା ସନ୍ନି।