ଓଡ଼ିଶା 365 (ବ୍ୟୁରୋ) : ଅଶ୍ୱ ଚାଳନା ଭାରତକୁ ସ୍ୱର୍ଣ୍ଣ। ଚାରିଆଡୁ ଛୁଟିଛି ଶୁଭେଛାର ସୁଅ। ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ତମ ଏସୀୟ କ୍ରୀଡାରେ ଇତିହାସ ରଚିଛି ଭାରତ । ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ଭାରତ ଜିତିଛି ସ୍ୱର୍ଣ୍ଣ ପଦକ । ଭାରତୀୟ ଟିମ୍ର ସୁଦିପ୍ତୀ ହଜେଲା, ଦିବ୍ୟାକୃତ୍ତି ସିଂହ ଏବଂ ହୃଦୟ ଛେଡା ଜବରଦସ୍ତ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ହାତେଇଛନ୍ତି। ଏସିଆନ୍ ଗେମ୍ସର ଅଶ୍ବ ଚାଳନାରେ ଏହା ଭାରତର ଚତୁର୍ଥ ସ୍ୱର୍ଣ୍ଣ ପଦକ। ଶେଷ ଥର ପାଇଁ ୧୯୮୨ରେ ଅଶ୍ୱ ଚାଳନରେ ସ୍ବର୍ଣ୍ଣ ପଦକ ଜିତିଥିଲା ଭାରତ । ଅଶ୍ୱ ଚାଳନାରେ ପ୍ରଥମ ସ୍ଥାନରେ ଭାରତ ରହି ସ୍ୱର୍ଣ୍ଣ ପଦକ ଜିତିବା ସହ ଦ୍ୱିତୀୟ ସ୍ଥାନରେ ରହି ଚାଇନା ରୌପ୍ୟ ଓ ତୃତୀୟ ସ୍ଥାନରେ ହଂକଂ ଚାଇନା ରହି ବୌଞ୍ଜ ପଦକ ହାସଲ କରିଛି ।