ଓଡ଼ିଶା 365 (ବ୍ୟୁରୋ) : ଭାରତ-କାନାଡା ଭିତରେ ବିବାଦ ବଢିବାରେ ଲାଗିଛି । ଏହାରି ଭିତରେ ସାମ୍ନାକୁ ଆସିଛି କାନାଡା ରକ୍ଷାମନ୍ତ୍ରୀଙ୍କ ବଡ ବୟାନ । କହିଛନ୍ତି, ଭାରତ ବିରୋଧରେ ଟିପ୍ପଣୀ ଦେବା କାନାଡା ପାଇଁ ସମସ୍ୟାପୂର୍ଣ୍ଣ ପରିସ୍ଥିତି ଆଣିପାରେ । ଦୁଇ ଦେଶ ଭିତରେ ବିଗୁଡୁଥିବା ସ୍ଥିତିକୁ ନେଇ ନରମ ପଡିଛି କାନାଡାର ଆଭିମୁଖ୍ୟ । କାନାଡା ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ ସଭିଁଙ୍କୁ ଚକିତ କରିଛି । ପ୍ରତିରକ୍ଷା ମନ୍ତ୍ରୀ ବିଲ ବ୍ଲେୟାର ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାରବେଳେ କହିଛନ୍ତି, ଭାରତ ସହ ସମ୍ପର୍କ ଆମ ପାଇଁ ଗୁରୁତ୍ୱ ବହନ କରୁଛି । କିନ୍ତୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ଅଭିଯୋଗର ଅନୁସନ୍ଧାନ କରାଯିବା ଉଚିତ । ଏଭଳି ପରିସ୍ଥିତିରେ ଭାରତ-କାନାଡା ସମ୍ପର୍କ ଏକ ଆହ୍ୱାନପୂର୍ଣ୍ଣ ପ୍ରସଙ୍ଗ ହୋଇପାରେ ।