ଓଡ଼ିଶା 365 (ବ୍ୟୁରୋ) : ଖାଦ୍ୟକୁ ସ୍ୱାଦଯୁକ୍ତ କରିବା ଲାଗି ଅନେକ ଲୋକ ତେଜପତ୍ରକୁ ବ୍ୟବହାର କରନ୍ତି । ତେଜପତ୍ର ସାଧାରଣତଃ ସମସ୍ତଙ୍କ ରୋଷେଇ ଘରେ ସର୍ବଦା ମହଜୁଦ ରହିଥାଏ । କିନ୍ତୁ ଆପଣମାନେ ଏହାର ଉପାକରିତା ବିଷୟରେ ଜାଣିଛନ୍ତି କି, ସ୍ୱାସ୍ଥ୍ୟପକ୍ଷେ କେତେ ହିତାକରକ ଆସନ୍ତୁ ଜାଣିବା । ଏହାର ପ୍ରକାର ଭିନ୍ନ ଭିନ୍ନ ଅଟେ । ଭାରତରେ ମିଳୁଥିବା ତେଜପତ୍ରକୁ ଇଣ୍ଡିଆନ୍ ତେଜପତ୍ର କୁହାଯାଉଥିବାବେଳେ ଅନେକ ଦେଶରେ ଏହା ବିଭିନ୍ନ ପ୍ରକାରର ମିଳିଥାଏ । କାର୍ଲିଫର୍ନିଆ ତେଜପତ୍ର, ଇଣ୍ଡୋନେସିଆ ତେଜପତ୍ର, ମେକ୍ସିକାନ୍ ତେଜପତ୍ର , ପଶ୍ଚିମ ଇଣ୍ଡିଆନ୍ ତେଜପତ୍ର , ଏବଂ ତୁର୍କୀ ତେଜପତ୍ର ଆଦି ମିଳିଥାଏ ।
ମସଲା ମଧ୍ୟରେ ଅନ୍ତର୍ଭୁକ୍ତ ତେଜପତ୍ରକୁ ପୁଷ୍ଟିକର ଭଣ୍ଡାର ବୋଲି କୁହାଯାଏ । ଏଥିରେ ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଡ୍ ରହିଛି । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏଥିରେ କ୍ୟାଲସିୟମ୍, ମ୍ୟାଗନେସିୟମ୍, ଭିଟାମିନ୍ ଏ , ଭିଟାମିନ୍ ସି , ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ପ୍ରଚୁର ପରିମାଣରେ ରହିଛି । ଏହାକୁ ଆପଣମାନେ ପ୍ରତିଦିନ ଖାଇପାରିବେ । ପେଟ ସମସ୍ୟା ପାଇଁ ବେଶ୍ ପ୍ରଭାବଶାଳୀ । ତେଜପତ୍ର ଖାଇଲେ ପେଟ ବ୍ୟଥା ସମସ୍ୟାରୁ ମୁକ୍ତି ମିଳେ । ମଧୁମେହ ରୋଗୀଙ୍କ ଏହା ଖୁବ୍ ଉପକାରୀ ହୋଇଥାଏ ।