ଓଡ଼ିଶା 365 (ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲରୁ ଆସିଲା ଶିଶୁ ଅଦଳବଦଳ ଅଭିଯୋଗ। ପୁଅ ବଦଳରେ ଝିଅ ବଦଳ କରିଥିବା ଅଭିଯୋଗ ଆଣିଲେ ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି। କାଲି ରାତି ସାଢେ ୧୦ ଟାରେ ପୁଅ ହେଲା ବୋଲି ସୂଚନା ଦେଇଥିଲେ । ମାତ୍ର ଫଟୋ ଉଠାଇବାବେଳେ ସେ ଝିଅ ହୋଇଥିବା ଦେଖିଥିଲେ । ଡିଏନଏ ଟେଷ୍ଟ ହେଉ, ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ମାଆ ଓ ଛୁଆଙ୍କୁ ନେବିନି ବୋଲି ସେହି ବ୍ୟକ୍ତି ଜଣଙ୍କ କହିଛନ୍ତି ।
ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ସୁପରିଟେଣ୍ଡେଣ୍ଟ ଙ୍କ ନେତୃତ୍ବରେ ଏକ ଟିମ୍ ଏହାର ତଦନ୍ତ କରିବ । ଦରକାର ପଡିଲେ ଟିମ୍ ଟେଷ୍ଟ ମଧ୍ୟ କରାଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ । ଅନ୍ୟପଟେ ପିଲା ଅଦଳବଦଳ ନେଇ ପରିବାର ପକ୍ଷରୁ ଥାନାରେ ଦିଆଯାଇଛି ।