ଓଡ଼ିଶା 365 (ବ୍ୟୁରୋ) : ଭାରତକୁ ଖଣ୍ଡଖଣ୍ଡ କରିବାକୁ ଖଲିସ୍ତାନ ଯୋଜନା କରୁଛି । ଏହି ଯୋଜନାର ମାଷ୍ଟର ମାଇଣ୍ଡ ହେଉଛି ଖଲିସ୍ତାନୀ ସଂଗଠନ ଶିଖ୍ସ ଫର ଜଷ୍ଟିସ ବା ଏସ୍ଏଫ୍ଜେ ନେତା ଗୁରପତୱନ୍ତ ସିଂହ ପନୁନ୍। ଆମେରିକାରେ ବସବାସ କରୁଥିବା ପନୁନ୍ ନିଜ ସଂଗଠନ ମାଧ୍ୟମରେ ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ ଓ କାନାଡ଼ା ଭଳି ବିଭିନ୍ନ ରାଷ୍ଟ୍ରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଜାରି ରଖିଥିବା ଜଣାପଡ଼ିଛି । ବିଭିନ୍ନ ରାଷ୍ଟ୍ରରେ ଥିବା ଭାରତର କୂଟନୈତିକ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରୁଛି। ପନୁନ୍ ବିରୁଦ୍ଧରେ ଭାରତରେ ଏବେ ୧୬ଟି ମାମଲା ବିଚାରାଧୀନ ରହିଛି। ଦିଲ୍ଲୀ, ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡ ଆଦି ରାଜ୍ୟ ଗୁଡିକରେ ମାମଲା ରହିଛି। କାଶ୍ମୀରରେ ମଧ୍ୟ ସେ ଭାରତ ବିରୋଧୀ ଅଭିଯାନ ଚଳାଇଥିବା ଜଣାପଡିଛି । କେନ୍ଦ୍ର ସରକାର ୨୦୧୯ରେ ଖଲିସ୍ତାନୀ ସଂଗଠନ ଶିଖ୍ସ ଫର ଜଷ୍ଟିସ ସଂଗଠନକୁ ନିଷିଦ୍ଧ କରିବା ସହ ୨୦୨୨ରେ ତାକୁ ଆତଙ୍କବାଦୀ ଘୋଷଣା କରିଛନ୍ତି ।