ଓଡ଼ିଶା 365 (ବ୍ୟୁରୋ): ବିଶ୍ୱରେ ଭାରତର ଦବଦବା ବଢୁଥିବାବେଳେ ମୋଦିଙ୍କ ନେତୃତ୍ୱକୁ ସାରା ବିଶ୍ୱ ପ୍ରଶଂସା କରୁଛି । ଅର୍ଥନୀତି,ପ୍ରତିରକ୍ଷା ଠାରୁ ଆରମ୍ଭ କରି ଶିକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ଆଗକୁ ବଢୁଛି ଦେଶ। ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ଆଗକୁ ନେବା ଲାଗି ଅହରହ ପ୍ରଚେଷ୍ଟା କରିବା ସହ ଦେଶର ବିକାଶକୁ ଆଗକୁ ନେଉଛନ୍ତି। ମୋଦିଙ୍କ ବିକାଶମୁଖି କାର୍ଯ୍ୟ ଦେଖି ଅନେକ ସମୟରେ ହତାଶ ହେଉଛି କଂଗ୍ରେସ। କେବଳ ନିର୍ବାଚନ ଆସିଲେ କଂଗ୍ରେସର ମନେ ପଡୁଛି ବିକାଶର କଥା। ନିର୍ବାଚନ ସରିଗଲେ, ମିଛ ପ୍ରତିଶ୍ରୁତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି।
ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଆଗକୁ ନିର୍ବାଚନ ଥିବାବେଳେ ଏବେଠୁ ବିଜେପି–କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଗଲାଣି ଛକାପଞ୍ଜା। ମୋଦି କଂଗ୍ରେସକୁ ତେରଛାବାଣ ମାରି କହିଛନ୍ତି କଂଗ୍ରେସ ହେଉଛି ଏକ କଳଙ୍କି ଲାଗିଥିବା ଲୁହା ପରି। ସେମାନେ ଦେଶର ଭଲ ଚିନ୍ତା କରିପାରିବେନି। ଦେଶ ପାଇଁ ଯାହା ଭଲ କଂଗ୍ରେସ ତାକୁ ବିରୋଧ କରିଆସୁଛି। ମୋଦୀ କହିଛନ୍ତି, କଂଗ୍ରେସର ନାଲି ଡାଏରିରେ ସବୁ କଳା କାରନାମା ଲୁଚିଛି। ଏଠି କାହାର ମୁଣ୍ଡ କାଟ ହୋଇଗଲେ ବି ସରକାରଙ୍କର ଚିନ୍ତାନାହିଁ। ଯେଉଁ ସରକାର ମହିଳାଙ୍କ ସମ୍ମାନକୁ ସୁରକ୍ଷା ଦେଇପାରୁନି ସେହି ସରକାର ହଟିବା ଦରକାର, କଂଗ୍ରେସର ଭବିଷ୍ୟତ ପାଇଁ କିଛି ଲକ୍ଷ୍ୟ ନାହିଁ ବୋଲି ସେ କହିଛନ୍ତି । ଆଗକୁ ମଧ୍ୟପ୍ରଦେଶରେ ନିର୍ବାଚନ ଥିବାରୁ ବିଜୟ ନେଇ କଂଗ୍ରେସ ଆଶାବାଦୀ ମାତ୍ର ଏହି ଦଳ ପୁଣି ଥରେ ନିର୍ବାଚନ ଜିତିଲେ ରାଜ୍ୟ ପାଇଁ ଏକ ବଡ଼ କ୍ଷତି ହେବ। କାରଣ କଂଗ୍ରେସର କୌଣସି ଭବିଷ୍ୟତର ଲକ୍ଷ୍ୟ ନାହିଁ । ଭୋପାଳରେ ବିଜେପିର କାର୍ଯ୍ୟକର୍ତ୍ତା ମହାକୁମ୍ଭ ’କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ମଧ୍ୟପ୍ରଦେଶରେ ବିଜେପି ୨୦ରୁ ଅଧିକ ବର୍ଷ ଧରି ଶାସନ କରୁଛି।
ମଧ୍ୟପ୍ରଦେଶରେ ବର୍ତ୍ତମାନର ଯୁବଗୋଷ୍ଠୀ ଖୁବ୍ ଭାଗ୍ୟବାନ୍ ଯେ ସେମାନେ କଂଗ୍ରେସ ସରକାରର ଖରାପ ଶାସନ ଦେଖିନାହାନ୍ତି। ସ୍ବାଧୀନତା ପରେ କଂଗ୍ରେସ ଦୀର୍ଘ ବର୍ଷ ଧରି ରାଜ୍ୟକୁ ଶାସନ କରି ଏହାକୁ ରୁଗଣ ରାଜ୍ୟରେ ପରିଣତ କରିଦେଇଥିଲା। କିନ୍ତୁ ଆମେ ମଧ୍ୟପ୍ରଦେଶରେ ପରିବର୍ତ୍ତନ ଆଣିଛୁ। ଆମେ ନକ୍ସଲ ଦମନ ଅଭିଯାନ ଜୋରସୋର ଚଳାଇଥିବାବେଳେ କଂଗ୍ରେସ ଦଳକୁ ନିୟନ୍ତ୍ରଣ କରୁଛି ନକ୍ସଲ୍। ବିଜେପିର ଡବଲ୍ ଇଂଜିନ ସରକାର ଅକ୍ଳାନ୍ତ ପରିଶ୍ରମ କରି ସାରା ଭାରତ ବର୍ଷରେ ବିକାଶକୁ ଦ୍ରୁତ ଗତିରେ ଆଗକୁ ନେଉଛି। ଭାରତବର୍ଷର ବିକାଶ ହିଁ ବିଜେପିର ଲକ୍ଷ୍ୟ। ଭାରତକୁ ବିଶ୍ୱରେ ବିଜେପି ସ୍ୱତନ୍ତ୍ର ସ୍ଥାନରେ ରଖିପାରିଛି ବିକାଶ ପାଇଁ ପରିବାରବାଦକୁ ବିଜେପି ସବୁବେଳେ ବିରୋଧ କରିଆସୁଛି ।