ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତି କି କର୍କଟ (କ୍ୟାନସର) ଭଳି ଭୟଙ୍କର ରୋଗର ଶୁସ୍ଥତା ପାଇଁ ଡାକ୍ତର ରୋଗୀକୁ କେମଥେରାପୀ ଦେଇଥାନ୍ତି । କିନ୍ତୁ ଆପଣ ଜାଣନ୍ତିକି କେମୋ ନେବା ପରେ କାହିଁକି ରୋଗୀର ମୁଣ୍ଡରୁ ସବୁତକ ଚୁଟି ଉପୁଡ଼ି ଯାଇଥାଏ ତେବେ ଜାଣନ୍ତୁ ଏପରି ହେବାର କାରଣ କଣ ? କ୍ୟାନସର ଏକ ଗମ୍ଭୀର ଏବଂ ମାରାତ୍ମକ ରୋଗ । ଯଦି ଉଚିତ ସମୟରେ ଏହି ରୋଗର ଚିକିତ୍ସା ନକରାଯାଏ ତେବେ ଏହା ମଣିଷ ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । କେମୋଥେରାପୀ କ୍ୟାନସର ଚିକିତ୍ସାର ଏକ ପ୍ରଭାବୀ ଓ ପ୍ରଚଳିତ ଉପାୟ ।କ୍ୟାନସର ଚିକିତ୍ସା ସମୟରେ ଅଧିକାଂଶ ଲୋକଙ୍କର କେଶ ଝଡିଥାଏ । ଏହି ସମୟରେ ରୋଗୀର ଚୁଟି ଝଡିବାର ମୁଖ୍ୟ କାରଣ ହେଉଛି କେମୋଥେରାପୀ । କାରଣ କେମୋ ଶରୀରରେ ଦ୍ରୁତ ଗତିରେ ବଢୁଥିବା କ୍ୟାନସର କୋଷିକାକୁ ଟାର୍ଗେଟ୍ କରିଥାଏ । ଏହା ଆମ କେଶର ମୂଳକୁ କ୍ଷତି ପହଞ୍ଚାଇଥାଏ , ଯାହା ଫଳରେ କେଶ ଝଡିଥାଏ । ଏହା ବ୍ୟତୀତ ରେଡିଏସନ୍ ଥେରାପୀ ବି ବେଳେବେଳେ କେଶ ଉପୁଡିବାର କାରଣ ହୋଇଥାଏ । ଯେତେବେଳେ ଏହାର ଉପଯୋଗ ମୁଣ୍ଡ ଓ ବେକ କ୍ୟାନସରର ଚିକିତ୍ସା ଲାଗି କରାଯାଏ । ତେବେ ସମସ୍ତ କେମୋଥେରାପୀରେ ରୋଗୀଙ୍କ କେଶ ଝଡି ନଥାଏ । ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ।
ସମସ୍ତ କେମୋଥେରାପୀ ମେଡିସିନ୍ କାରଣରୁ କେଶ ଝଡି ନ ଥାଏ । ବରଂ ବିଭିନ୍ନ ପ୍ରକାର ମେଡିସିନ୍ କେଶ ଉପରେ ଅଲଗା ଅଲଗା ଭାବେ ପ୍ରଭାବ ପକାଇଥାଏ । ଯେପରିକି ବ୍ରେଷ୍ଟ କ୍ୟାନସରର ଉପଚାରରେ କେମୋଥେରାପୀ ନେବା ସମୟରେ କେଶ ନିଶ୍ଚୟ ଝଡିବ । ଏହି ପ୍ରକାର କେମୋଥେରାପୀ ସମୟରେ କ୍ୟାନସର ମେଡିସିନରେ ଏକ ବିଶିଷ୍ଟ ମିଶ୍ରଣର ଉପଯୋଗ କରାଯାଏ । କ୍ୟାନସର ଚିକିତ୍ସା ସମୟରେ କେଶ ଝଡିବା ବ୍ୟତୀତ, କେଶ ପତଳା ହେବା, ଚନ୍ଦାପଣ ଆଦି ସମସ୍ୟା ମଧ୍ୟ ଦେଖାଦିଏ । କେମୋଥେରାପୀ ଚିକିତ୍ସାର ୩ ସପ୍ତାହ ପରେ ଏହି କେଶ ଝଡିବା ସମସ୍ୟା ଦେଖାଦେଇଥାଏ । କିନ୍ତୁ କେମୋଥେରାପୀ ଦ୍ୱାରା ଆପଣ ସବୁଦିନ ପାଇଁ କେଶ ହରାଇ ନଥାନ୍ତି । ଚିକିତ୍ସା ସମାପ୍ତ ହେବାର କିଛି ମାସ ଭିତରେ ପୁଣି ମୁଣ୍ଡରେ କେଶ ଉଠିଥାଏ । ପ୍ରାୟତଃ ୩ରୁ ୫ ମାସ ଭିତରେ ପୁଣି ମୁଣ୍ଡରେ କେଶ ଉଠିଯାଏ । କିନ୍ତୁ ଆପଣ ମାନଙ୍କୁ ଧ୍ୟାନ ରଖିବାକୁ ହେବ ଯେ କେଶ ଉଠିବାର ପ୍ରାରମ୍ଭିକ ଅବସ୍ଥାରେ ଏହାର ଉପଚାର ବହୁତ ଯତ୍ନର ସହିତ କରିବାକୁ ହେବ । ଏହି ସମୟରେ କେଶରେ କୌଣସି ପ୍ରକାର କଲରର ପ୍ରୟୋଗ କରିବେ ନାହିଁ । ଏହା ସହିତ କେଶରେ କୌଣସି ପ୍ରକାର ହିଟିଂ ଉପକରଣ ବି ଲଗାଇବେନାହିଁ । ଦେଖିବେ ଏସବୁ ଦିଗକୁ ଧ୍ୟାନ ଦେଲେ ଆପଣଙ୍କ କେଶ ପୂର୍ବଭଳି ହୋଇଯିବ।