ଓଡ଼ିଶା 365 (ବ୍ୟୁରୋ): ବଢିଲା ଭାରତ ବଳ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ବାୟୁସେନାର ସାମିଲ ହୋଇଛି ସି-୨୯୫ ପରିବହନ ବିମାନ । ଗାଜିଆବାଦ ସ୍ଥିତ ହିଣ୍ଡେନ୍ ଏୟାରବେସରେ ଭାରତର ଡ୍ରୋନ୍ ଶକ୍ତି ପ୍ରଦର୍ଶିତ କରାଯିବ ସହ ଆୟୋଜିତ ସମାରୋହରେ ଏହି ବିମାନଗୁଡ଼ିକୁ ବାୟୁସେନାକୁ ହସ୍ତାନ୍ତର କରାଯାଇଛି । ସ୍ପେନର ଏୟାରବସ୍ କମ୍ପାନୀରୁ ଭାରତ ଏହି ବିମାନ କିଣିଛି। ଦେଶର ପ୍ରଥମ ଟେକ୍ନିକାଲ ମିଲିଟାରୀ ଟ୍ରାନ୍ସପୋର୍ଟ ପ୍ଲେନକୁ ଏୟାରବେସ କମ୍ପାନୀରୁ ଅଣାଯାଇଛି । ଏହି ବିମାନକୁ ଉଡାଇବା ପାଇଁ ବାୟୁସେନାର ପ୍ରଥମ ବ୍ୟାଚ୍ ବିଦ୍ଧିବଦ୍ଧ ତାଲିମ୍ ନେଇଛନ୍ତି ।
ସ୍ପେନରୁ ୧୬ଟି ବିମାନ ଅଣାଯାଉଥିବାବେଳେ, ଏହାପରେ ଭାରତରେ ହିଁ ସି-୨୯୫ ବିମାନ ପ୍ରସ୍ତୁତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ପୂର୍ବରୁ ସୂଚନା ଦେଇଥିଲେ। ଏହି ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ସେନାର ଶକ୍ତି ଦ୍ୱିଗୁଣିତ ହୋଇଛି । ଏହି ବିମାନଟି ୧ କିଲୋମିଟରରୁ କମ୍ ରନୱେରୁ ଉଡ଼ିପାରୁଥିବାବେଳେ ବାୟୁସେନା ପାହାଡିଆ ଅଞ୍ଚଳ ଏବଂ ଦ୍ୱୀପପୁଞ୍ଜରେ ମଧ୍ୟ ସିଧାସଳଖ ଯବାନଙ୍କୁ ଅବତରଣ କରିବାକୁ କ୍ଷମତା ରହିଛି। ସି-୨୯୫ ବିମାନ ପାଲଟିଛି ଆତ୍ମନିର୍ଭରଶୀଳ ଭାରତର ପରିଚୟ।