ଓଡ଼ିଶା 365 (ବ୍ୟୁରୋ): ସ୍କ୍ରବ୍ ଟାଇଫସ କବଳରେ ସୁନ୍ଦରଗଡ଼ ଜିଲ୍ଲା। ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଆଜି ପୁଣି ୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨୪୪ରେ ପହଞ୍ଚିଛି । ଗତକାଲି ୮୬ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଆଜି ୧୪ ଜଣ ପଜିଟିଭ୍ ବାହାରିଛନ୍ତି । ଏ ନେଇ ସୂଚନା ଦେଇଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।
ପୂର୍ବରୁ ଏଥିଲେ ବଡଗାଁ ଅଞ୍ଚଳର ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଆକ୍ରାନ୍ତ ଆଇସିୟୁରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ସେପଟେ କୀଟ ଦଂଶନରୁ ଏହି ରୋଗ ବ୍ୟାପୁଥିବାରୁ ଜଙ୍ଗଲିଆ ଅଞ୍ଚଳକୁ ଯିବା ସମୟରେ ସମ୍ପୂର୍ଣ୍ଣ ଶରୀରକୁ ଘୋଡାଇ କରି ଯିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।