ଓଡ଼ିଶା 365 (ବ୍ୟୁରୋ): ମଙ୍ଗଳବାର ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସୁରକ୍ଷା ଓ ଏହାର ମରାମତି ପ୍ରସଙ୍ଗରେ ଦାୟର ମାମଲାର ହୋଇଛ ଶୁଣାଣି। ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ୍ ସାବତ୍ରୀ ରଥଙ୍କ ଖଣ୍ଡପୀଠରେ ହୋଇଛି ଶୁଣାଣି। ପ୍ରାୟ ଦେଢ଼ ଣ୍ଟା ପର୍ଯ୍ୟନ୍ତ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି ।
ସୂଚନାଯୋଗ୍ୟ, ରତ୍ନଭଣ୍ଡାର ମରାମତିକୁ ନେଇ ଆବେଦନକାରୀ ସମୀର ମହାନ୍ତିଙ୍କ ପକ୍ଷରୁ ଆଜି ଉଚ୍ଚ ନ୍ୟାୟାଳୟରେ ଯୁକ୍ତି ରଖାଯାଇଛି । ରତ୍ନଭଣ୍ଡାର ମରାମତି ମାମଲା, ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ୨୦୧୮ ମସିହାରେ ଏଏସଆଇ ପକ୍ଷରୁ ଭଣ୍ଡାର ଗୃହର ଯେଉଁ ଯାଞ୍ଚ କରାଯାଇଥିଲା ତାକୁ କୋର୍ଟରେ ଉତ୍ଥାପନ କରାଯାଇଛି । ଏଏସଆଇ ଯେଉଁ ରିପୋର୍ଟ ଦେଇଛି ତାହା ଉଦବେଗଜନକ ଏବଂ ଏହାର ମରାମତି ପାଇଁ ଏଏସଆଇ ତରଫରୁ କୁହାଯାଇଥିଲେ ବି ରାଜ୍ୟ ସରକାର ତାକୁ କାର୍ଯ୍ୟକାରୀ କରିନଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି ଆବେଦନକାରୀଙ୍କ ଓକିଲ । ତେବେ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ନୋଟିସ୍ କରାଯାଉ ବୋଲି ପ୍ରଥମେ କୋର୍ଟ କହିଥିବା ବେଳେ । ସମ୍ପୂର୍ଣ୍ଣ ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ, ରତ୍ନଭଣ୍ଡାର ଖୋଲାଯିବା ନିତାନ୍ତ ଜରୁରୀ ବୋଲି କୋର୍ଟରେ ଯୁକ୍ତି ରଖିଛନ୍ତି ଆବେଦନକାରୀଙ୍କ ଓକିଲ । ତେବେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି । ଆଗକୁ ପୂର୍ଣ୍ଣାଙ୍ଗ ରାୟ ଆସିପାରେ କିମ୍ବା ହାଇକୋର୍ଟ ଚାହିଁଲେ ଅନ୍ତରୀଣ ରାୟ ଦେଇପାରନ୍ତି।