ଓଡ଼ିଶା365(ବ୍ୟୁରୋ): ରାଜଧାନୀ ଉପକଣ୍ଠ କୁଆଖାଇ ନେଲାଣି ଅନେକଙ୍କ ଜୀବନ। ପାର୍ବଣ ଋତୁରେ କୁଆଖାଇ ପଠାରେ ଯାଇଛି ୨୭ ଜଣଙ୍କ ଜୀବନ। ବିଶେଷ କରି ଇଞ୍ଜିନିୟରିଂ ଛାତ୍ର ଓ ଏମବିଏ ଛାତ୍ର ନଦୀରେ ଗାଧୋଇବା ମୃତ୍ୟୁର କାରଣ ହୋଇଥିବା ବେଳେ ନିଶାକୁ ମୁଖ୍ୟତଃ ଲୋକମାନେ ଦାୟୀ କରିଛନ୍ତି। ତେବେ କେବଳ ଫଳକ ଲଗାଇ ଦେଇ କମିଶନରେଟ୍ ପୋଲିସ ଚୁପ ବସିଛି । ପାର୍ବଣ ଋତୁରେ ଫଳକ ଲଗେଇବା ସହ ନିୟମିତ ପାଟ୍ରୋଲିଂ ଓ ପୋଲିସ ମୁତୟନ କଲେ ଏହା କମି ପାରିଥାନ୍ତା ବୋଲି ମତପ୍ରକାଶ ପାଇଛି । ଫଳକ ଅଛି ହେଲେ କେବଳ ନାମକୁ ମାତ୍ର । ନଦୀ ଆଁରେ ଗଲାଣି ଅନେକଙ୍କ ଜୀବନ । ବର୍ଷକର ସବୁ ସମୟ ନ ହେଲେ ବି ପାର୍ବଣରେ ଏନେକଙ୍କ ଜୀବନ ହାନି ଘଟୁଛି । ତଥ୍ୟ ଅନସାରେ ଗତ ପାଞ୍ଚ ବର୍ଷ ମଧ୍ୟରେ କେବଳ କୁଆଖାଇ ନଦୀରେ ୫୦ ଜଣଙ୍କ ସଳୀଳ ସମାଦୀ ହେଲାଣି । ଗତ ମେ ମାସ ୨୮ ତାରିଖରେ କୁଆଖାଇରେ ଗାଧେଇବାକୁ ଆସି ୩ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ।
ସେହିପରି ୧୧ ଜୁଲାଇ ୨୦୨୩ରେ କୁଆଖାଇ ନଦୀରେ ଦାଧେଇବା ବେଳେ ୪ ଜଣ MBA ଛାକ୍ର ପ୍ରାଣ ହରାଇଥିଲେ । କେବଳ ଏହି ଘଟଣା କାହିଁକି ୨୪ ସେପ୍ଟେମ୍ବର ୨୦୨୩ରେ ପୋଖରୀପୁଟର ପୋଖୋରିରେ ବୁଡି ଦୁଇ ସ୍କୁଲ୍ ଛାତ୍ର ପ୍ରାଣ ହରାଇଛନ୍ତି । ଏହାକୁ ରୋକିବାକୁ ହେଲେ ପୋଲିସ ପାଟ୍ରୋଲିଂ ବଢାଇବା ସହ ଷ୍ଟାଫ ପାର୍ବଣ ରୁତୁରେ ନଦୀ ପଠାରେ ପୋଲିସ ମୁତୟନ କରିବାକୁ ଦାବି ହୋଇଛି । କମିଶନରେଟ୍ ପୋଲିସର ତଥ୍ୟ ଅନୁସାରେ ୨୦୨୨ ନଦୀ ବୁଡିରେ ୨୬ ଜଣଙ୍କ ଜୀବନ ଯାଇଛି । ସେହିପରି ୨୦୨୩ ମସିହା ଆରମ୍ଭରୁ ଏ ପର୍ଯ୍ୟନ୍ତ ୨୭ ଜଣଙ୍କ ପ୍ରାଣ ଗଲାଣି । କେତେବେଳେ ସେଲଫି ନେବା ତ କେତେବେଳେ ଭୋଜି କରିବାକୁ ଆସି ଗାଧେଇବା ଏହି ସବୁ ମୃତ୍ୟୁର ମୁଖ୍ୟ କାରଣ । ବିଶେଷ କରି ନିଶା ସେବନ ଯୋଗୁଁ ମେଧାବୀ, ନାବାଳକ ଛାତ୍ର ମାନକ ଜୀବନ ହାନି ବେଶୀ ହୋଇଛି । ଫଳକ ମାରିଦେଲେ ମଧ୍ୟ ଲୋକୋ ଏହାକୁ ବେଖତିର କରୁଥିବା ଦେଖିବାକୁ ମିଳୁଛି ।ବିଶ୍ୱକର୍ମା, ଓ ଗଣେଶ ପୂଜା ବିସର୍ଜନ ବେଳେ ଅଘଟଣ ଘଟି ଜଣଙ୍କ ଜୀବନ ଗଲାଣି । ଆଉ ଏହାପରେ ସତର୍କ ହୋଇଛି କମିଶନରେଟ୍ ପୋଲିସ ।