ଓଡ଼ିଶା 365 (ବ୍ୟୁରୋ) : ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୧ହଜାର ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ଏଥିପାଇଁ ଦେଶର ୪୬ଟି ସ୍ଥାନରେ ନିଯୁକ୍ତି ମେଳା ଆୟୋଜନ କରାଯାଇଛି । ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ଦେଶର ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦେବା ପାଇଁ ରୋଜଗାର ମେଳା କରାଯାଉଛି। ଭାରତ ସରକାର ଓ ସହଯୋଗୀ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିତ ଭାବେ ରୋଜଗାରର ଲକ୍ଷାଧିକ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି । ଏହି ଅବସରରେ ନବନିଯୁକ୍ତମାନଙ୍କୁ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଛନ୍ତି ମୋଦି । ମୋଦୀ କହିଛନ୍ତି ୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ ଏବଂ ବିଶ୍ୱର ତୃତୀୟ ଆର୍ଥ ଶକ୍ତି ଭାବେ ଉଭା ହେବ। ନିଯୁକ୍ତି ପତ୍ର ବିତରଣ କରିବା ସହ ମୋଦୀ କହିଛନ୍ତି, ଅନେକ ଦିନର କଠିନ ପରିଶ୍ରମ ପରେ ସଫଳତା ପାଇଥିବାରୁ ନବନିଯୁକ୍ତଙ୍କୁ ଅନେକ ଶୁଭେଚ୍ଛା । ଆଗକୁ ନିଜ କାର୍ଯ୍ୟ ମାଧ୍ୟମରେ ଦେଶବାସୀଙ୍କୁ ସେବା ଯୋଗାଇବାକୁ କହିଛନ୍ତି ମୋଦୀ ।