ଓଡ଼ିଶା 365 (ବ୍ୟୁରୋ) : ଆଉ ରହିବନି ମେଲ ଡିଲିଟ ଟେନସନ । ଥରକେ କରୁଥିଲେ ଗୋଟାଏ ମେଲ ଡିଲିଟ, ଏଥର ଏକା ସାଙ୍ଗରେ କରିପାରିବେ ୫୦ ମେଲ ଡିଲିଟ । ତେବେ ମୋବାଇଲରେ ସେଗୁଡିକୁ ଡିଲିଟ କରିବାକୁ ହେଲେ ଗୋଟି ଗୋଟି କରି ସିଲେକ୍ଟ କରି ଡିଲିଟ କରିବାକୁ ହୋଇଥାଏ । ନଚେତ ଓ୍ବେବରେ ଲଗନ କରି ଡିଲିଟ କରିବାକୁ ହୋଇଥାଏ । ଏଣିକି ଏଭଳି ସମସ୍ୟା ଭୋଗିବେନି ୟୁଜର୍ସ । ଗୁଗୁଲ ମୋବାଇଲ ଆପରେ ଆସିଲା ସିଲେକ୍ଟ ଅଲ ଫିଚର । ଯାହା ସାହାଯ୍ୟରେ ୟୁଜର୍ସ ଏକରୁ ଅଧିକ ମେଲକୁ ଏକାଥରେ ଡିଲିଟ କରିପାରିବେ । ସୂଚନା ଅନୁସାରେ ଜଣେ ୟୁଜର୍ସ ଚାହିଁଲେ ୫୦ରୁ ଅଧିକ ମେଲକୁ ସିଲେକ୍ଟ ଅଲ କରି ଡିଲିଟ କରିପାରିବେ । କହିରଖୁଛୁ କି, ପୂର୍ବରୁ ଓ୍ବେବରେ ଏହି ସୁବିଧା ରହିଥିବା ବେଳେ ବର୍ତ୍ତମାନ ମୋବାଇଲ ଆପରେ ମଧ୍ୟ ଏହି ଉପଲବ୍ଧ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୋବାଇଲ ଆପରେ ମେଲ ଡିଲିଟ କରିବାକୁ ହେଲେ ଗୋଟିଏ ପରେ ଗୋଟିଏ ମେଲ ସିଲେକ୍ଟ କରିବାକୁ ହେଉଥିଲା । ଏହାର ଅର୍ଥ ଏକାଥରେ ଅଧିକ ମେଲର ଅପ୍ସନ ଉପଲବ୍ଧ ନଥିଲା । ତେବେ ସିଲେକ୍ଟ ଅଲ ଫିଚର ଦ୍ବାରା ମୋବାଇଲ ୟୁଜର୍ସ ଅଧିକ ଉପକୃତ ହେବେ ।
ଏକରୁ ଅଧିକ ମେଲ୍ ଚଳାଉଥିବା ଲୋକଙ୍କ ପାଇଁ ଏହା ଅଧିକ ଲାଭଦାୟକ ହେବ ଏବଂ ଏହା ସେମାନଙ୍କର ଅନେକ ସମୟ ମଧ୍ୟ ସଞ୍ଚୟ କରିବ । ଏହି ଅପଡେଟ ବର୍ତ୍ତମାନ ଆଣ୍ଡ୍ରୋଏଡ୍ ଭର୍ସନ ରେ ଦେଖାଦେଇଥିଲା । ବର୍ତ୍ତମାନ, ଆଣ୍ଡ୍ରଏଡ୍ ୧୩ ଏବଂ ୧୪ ଚଳାଉଥିବା ସାମସଙ୍ଗ ଗାଲାକ୍ସି ଏବଂ ଗୁଗୁଲ୍ ପିକ୍ସେଲ ସ୍ମାର୍ଟଫୋନର ବ୍ୟବହାରକାରୀ ମଧ୍ୟ ଏହି ଫିଚର ପାଇଥିବା ଜଣାପଡିଛି। ତେବେ ଖୁବଶୀଘ୍ର ଏହା ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ବୋଲି କୁହାଯାଇଛି ।କହିରଖୁଛୁ କି, ନିକଟରେ ମୋବାଇଲ୍ ଭର୍ସନ ପାଇଁ ଗୁଗଲ ଏହି ଫିଚର ଲଞ୍ଚ୍ କରିଥିଲା । ଜିମେଲ୍ ତରଫରୁ ଟ୍ରାନ୍ସଲେସନ ଫିଚରକୁ ଜିମେଲ୍ ଆପରେ ସ୍ଥାପିତ କରାଯାଇଛି । ଯେତେବେଳେ ଜଣେ ମେଲ୍ ଲେଖିବେ, ଆପଣ ଟେକ୍ସଟ୍ ବକ୍ସରେ ଏକ ଟ୍ରାନ୍ସଲେସନ ବ୍ୟାନର ଦେଖାଯିବ । ଆପଣ ନିଜ ଭାଷାରେ ଲେଖି ସଠିକ ଅନୁବାଦ ପାଇପାରିବେ । ୧୦୦ରୁ ଅଧିକ ଭାଷା ବାଛିବା ପାଇଁ ସୁବିଧା ରହିଛି ।