ଓଡ଼ିଶା 365 (ବ୍ୟୁରୋ) : ନୂଆଦିଲ୍ଲୀରେ ୧୩ତମ ଇଣ୍ଡୋ-ପାସିଫିକ ଚିଫ ଅଫ ଷ୍ଟାଫ କନଫରେନ୍ସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ସମ୍ମିଳନୀ ଆଜିଠୁ ଆରମ୍ଭ ହୋଇ ଆସନ୍ତାକାଲି ଯାଏଁ ଚାଲିବ । କାର୍ଯ୍ୟକ୍ରମର ପ୍ରଥମ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏଥିରେ ସାମିଲ ହୋଇଛନ୍ତି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ଭାରତ-ପ୍ରଶାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂ-ରାଜନୈତିକ ଅଞ୍ଚଳ ଭାବରେ ବିକଶିତ ହୋଇଛି । ଭାରତ-ପ୍ରଶାନ୍ତ ଅଞ୍ଚଳର ଛୋଟ ଦେଶର ଜଳବାୟୁ ପରିବର୍ତ୍ତନ ସହ ଜଡିତ ଚିନ୍ତାକୁ ଧ୍ୟାନରେ ରଖିବା ଜରୁରୀ ଅଟେ । ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବା ଉଚିତ୍ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗୁରୁତ୍ୱ କେବଳ ସାମୁଦ୍ରିକ ବାଣିଜ୍ୟ କିମ୍ବା ଯୋଗାଯୋଗରେ ସୀମିତ ନୁହେଁ, ଏହାର ବ୍ୟାପକ ରାଜନୈତିକ, ସୁରକ୍ଷା ଏବଂ କୂଟନୈତିକ ଦିଗ ମଧ୍ୟ ରହିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।