ଓଡ଼ିଶା 365 (ବ୍ୟୁରୋ): ରାଉରକେଲାରେ ଅଭାବନୀୟ ଘଟଣା। ଦଶମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ସାରନା ଛକରୁ ଦେଓଗାଁ ଯିବା ରାସ୍ତାର ନିଛାଟିଆ ସ୍ଥାନରେ ହତ୍ୟା କରି ନାବାଳକର ମୃତଦେହକୁ ଫୋପାଡି ଦେଇଛନ୍ତି । ମୃତ ନାବାଳକ ରାଉରକେଲା ବାଲୁଘାଟ ଅଞ୍ଚଳର ରୁଦ୍ର ନାରାୟଣ ପାଢୀ ବୋଲି ଚିହ୍ନଟ ହୋଇଛି । ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ହତ୍ୟା ସନ୍ଦେହରେ ପୋଲିସ ୩ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନାଯୋଗ୍ୟ, ମୃତ ନାବାଳକ ରୁଦ୍ର ନାରାୟଣ ଗଣେଶ ପୂଜା ଦେଖିବାକୁ ରବିବାର ରାତିରେ ଘରୁ ବାହାରି ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ପକ୍ଷରୁ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଆଜି ସକାଳୁ ଦେଓଗାଁ ହେକେଟ ରୋଡରୁ ନାବାଳକର ମୃତଦେହ ଠାବ କରାଯାଇଛି ।