ଓଡ଼ିଶା 365 (ବ୍ୟୁରୋ): ମହାପ୍ରଭୁଙ୍କ ଜମିଜମା ଆକଳନ ପାଇଁ ଶ୍ରାମନ୍ଦିର କାର୍ଯ୍ୟାଳୟରେ ବସିଛି ଲ୍ୟାଣ୍ଡ ସବ୍ କମିଟି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ। ବୈଠକରେ ମହାପ୍ରଭୁଙ୍କ ଜମିଜମା ସଂକ୍ରାନ୍ତରେ କରାଯାଉଛି ଆଲୋଚନା। ସେହିପରି ବିଶେଷକରି ବିମାନବଡ଼ୁ ସେବାୟତ ନିଯୋଗକୁ ବଡ଼ ଓଡ଼ିଆ ମଠ ଜମି ଦେବା ସମ୍ପର୍କରେ ହେଉଛି ଆଲୋଚନା। ବୈଠକରେ ଲ୍ୟାଣ୍ଡ ସବ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ। ସାରାଦେଶରେ ମହାପ୍ରଭୁଙ୍କ ସମ୍ପତ୍ତିର ଆକଳନ ନେଇ ଚାଲିଛି ଆଲୋଚନା ।
ଏହାଛଡ଼ା ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ଉନ୍ନତିକରଣ, ସେବାୟତଙ୍କ ନିମନ୍ତେ ଗୁରୁକୂଳ ନିର୍ମାଣ ସମେତ ଅବଢ଼ା ଯୋଜନାରେ ହେଉଥିବା ପ୍ରକଳ୍ପର ଅଗ୍ରଗତି ନିମନ୍ତେ ହାବ ସମୀକ୍ଷା ।